ଦିନକରେ ସୁସ୍ଥ ହେଲେ ୨୫୪୬ କରୋନା ଆକ୍ରାନ୍ତ
ଭୁବନେଶ୍ୱର: ରାଜ୍ୟରେ ରେକର୍ଡ ସଂଖ୍ୟକ କରୋନା ଆକ୍ରାନ୍ତ ହେଲେ ସୁସ୍ଥ। ଦିନକରେ ୨୫୪୬ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏମାନଙ୍କୁ ମିଶାଇ ଆରୋଗ୍ୟ ସଂଖ୍ୟା ୫୯୪୭୦ରେ ପହଞ୍ଚିଛନ୍ତି। ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ।
ଆଜି ଆରୋଗ୍ୟ ହୋଇଥିବା କରୋନା ଆକ୍ରାନ୍ତଙ୍କ ଭିତରୁ ଖୋର୍ଦ୍ଧାରୁ ସର୍ବାଧିକ ୬୨୭ ଜଣ ଅଛନ୍ତି। ସେହିପରି ଗଞ୍ଜାମରୁ ୨୬୬, ନୟାଗଡ଼ରୁ ୧୪୩, ପୁରୀରୁ ୧୪୧, ରାୟଗଡ଼ାରୁ ୧୧୨, କୋରାପୁଟରୁ ୧୦୪, ଭଦ୍ରକରୁ ୯୯, କଟକରୁ ୯୮, ବୌଦ୍ଧରୁ ୮୭, ମାଲକାନଗିରିରୁ ୭୬, କେନ୍ଦ୍ରାପଡ଼ାରୁ ୭୪, କନ୍ଧମାଳରୁ ୭୩, କଳାହାଣ୍ଡିରୁ ୭୨ ସୁସ୍ଥ ହୋଇଛନ୍ତି।
32 from Sambalpur
29 from Bargarh
20 from Dhenkanal
20 from Sonepur
18 from Bolangir
17 from Jharsuguda
5 from Deogarh— H & FW Dept Odisha (@HFWOdisha) August 25, 2020
ସେହିପରି ମୟୂରଭଞ୍ଜରୁ ୭୦, ବାଲେଶ୍ୱରରୁ ୬୩, ନବରଙ୍ଗପୁରରୁ ୪୪, ଗଜପତିରୁ ୪୨, ଯାଜପୁରରୁ ୪୦, କେନ୍ଦୁଝରରୁ ୩୭, ଅନୁଗୋଳରୁ ୩୨, ଜଗତସିଂହପୁରରୁ ୩୨, ସମ୍ୱଲପୁରରୁ ୩୨, ବରଗଡ଼ରୁ ୨୯, ଢେଙ୍କାନାଳରୁ ୨୦, ସୋନପୁରରୁ ୨୦, ବଲାଙ୍ଗିରିରୁ ୧୮, ଝାରସୁଗୁଡ଼ାରୁ ୧୭ ଓ ଦେବଗଡ଼ରୁ ୫ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।