ରେକର୍ଡ ଭାଙ୍ଗିଲା, ଆଜି କରୋନାରୁ ସର୍ବାଧିକ ହେଲେ ସୁସ୍ଥ
ଭୁବନେଶ୍ୱର: ଆଜି ରାଜ୍ୟରେ ସୁସ୍ଥ ହେଲେ ରେକର୍ଡ ସଂଖ୍ୟକ କରୋନା ଆକ୍ରାନ୍ତ। ଆଜି ୨୩୭ ଆକ୍ରାନ୍ତ ସୁସ୍ଥ ହୋଇଥିବା ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି। ଏହାକୁ ମିଶାଇ ରାଜ୍ୟରେ କରୋନା ଆରୋଗ୍ୟଙ୍କ ସଂଖ୍ୟା ୩୫୩୪କୁ ବୃଦ୍ଧି।
The untiring efforts of our Covid Warriors has led to an all time high recovery of 237 Covid patients in a day!
We salute the dauntless spirit of our frontline workers 🙏
The total recovered cases of Odisha now stand at 3534.
— H & FW Dept Odisha (@HFWOdisha) June 20, 2020
କେଉଁ ଜିଲ୍ଲାରୁ କେତେ ହେଲେ ସୁସ୍ଥ:-
କଟକରୁ ସର୍ବାଧିକ ୭୦ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସେହପରି ଖୋର୍ଦ୍ଧାରୁ ୫୪, ଜଗତସିଂହପୁରରୁ ୨୦, କନ୍ଧମାଳରୁ ୧୯ ସୁସ୍ଥ ହୋଇଛନ୍ତି। ଗଂଜାମରୁ ୧୭, ଭଦ୍ରକ ଓ ମୟୂରଭଂଜରୁ ୯ ଲେଖାଏଁ, କେନ୍ଦୁଝରରୁ ୮, ଢେଙ୍କାନାଳ ଓ ପୁରୀରୁ ୭ ଲେଖାଏଁ ସୁସ୍ଥ ହୋଇଛନ୍ତି। କେନ୍ଦ୍ରାପଡ଼ା ଓ ନୟାଗଡ଼ରୁ ୪ ଲେଖାଏଁ, କଳାହାଣ୍ଡି, ମାଲକାନଗିରି, ସମ୍ବଲପୁରରୁ ୨ ଲେଖାଏଁ, ବୌଦ୍ଧ, ଝାରସୁଗୁଡ଼ା, ସୁନ୍ଦରଗଡ଼ରୁ ଜଣେ ଲେଖାଏଁ ସୁସ୍ଥ ହୋଇଛନ୍ତି।
ସେହିପରି ଆଜି ରାଜ୍ୟରେ ଆଉ ୧୭୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ନୂଆ ୧୭୯ ଆକ୍ରାନ୍ତଙ୍କ ମଧ୍ୟରୁ ୧୫୦ ଜଣ କ୍ୱାରେଣ୍ଟିନ୍ରେ ରହିଥିଲେ। ସେହିପରି ଲୋକାଲ୍ କଣ୍ଟାକ୍ଟସ୍ ୨୯ ରହିଛି। ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି।