ରାଜ୍ୟରେ କରୋନା ସୁସ୍ଥ ସଂଖ୍ୟା କେତେ ?

ଭୁବନେଶ୍ୱର: ଆଜି ରାଜ୍ୟରେ ୪୦୬ ଜଣ କରୋନା ପଜିଟିଭ୍ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଆଜିର ସୁସ୍ଥ ରିପୋର୍ଟ ଅନୁସାରେ,  ସୁନ୍ଦରଗଡ଼ରୁ ସର୍ବାଧିକ ୫୨ ଜଣ ସୁସ୍ଥ ହୋଇଥିବା ବେଳେ ଖୋର୍ଦ୍ଧାରୁ ସୁସ୍ଥ ହୋଇଛନ୍ତି ୪୨ ଆକ୍ରାନ୍ତ।

ସେହିପରି କେନ୍ଦ୍ରାପଡ଼ା ୩୫, କଟକ ୨୭, ସମ୍ବଲପୁର ୨୬, ବଲଙ୍ଗୀର ଓ ଯାଜପୁରରୁ ୨୪ ଲେଖାଏଁ, ମୟୂରଭଞ୍ଜରୁ ୨୨, ପୁରୀରୁ ୧୮,ବରଗଡ଼ରୁ ୧୭, ଅନୁଗୁଳରୁ ୧୫, ବାଲେଶ୍ୱର ୧୧, କେଉଁଝରରୁ ୧୦ ଜଣ ସୁସ୍ଥ ହୋଇଛନ୍ତି।

ସେହିପରି ଦେଓଗଡ଼, ନବରଙ୍ଗପୁରରୁ ୯ ଜଣ ଲେଖାଏଁ ସୁସ୍ଥ ହୋଇଥିବା ବେଳେ ନୂଆପଡ଼ା ୮, ଝାରସୁଗୁଡ଼ା, କଳାହାଣ୍ଡି ଓ କନ୍ଧମାଳରୁ ୬ ଜଣ ଲେଖାଁଏ, ଜଗତସିଂହପୁର ଓ ରାୟଗଡ଼ାରୁ ୫ ଜଣ ଲେଖାଏ ସୁସ୍ଥ ହୋଇଥିବା ବେଳେ ଭଦ୍ରକ, ଗଞ୍ଜାମ ଓ ମାଲକାନଗିରିରୁ ୪ ଜଣ ଲେଖାଏ ସୁସ୍ଥ ହୋଇଛନ୍ତି।

ନୟାଗଡ଼ରୁ ୨ ଜଣ ସୁସ୍ଥ ହୋଇଥିବା ସୂଚନା ମିଳିଥିବା ବେଳେ ବୈଦ୍ଧ, ଗଜପତି ଓ କୋରାପୁଟରୁ ଜଣିଏ ଲେଖାଁ, ସୋନପୁର ୧ ଓ ଷ୍ଟେଟ୍‌ ପୁଲରୁ ୧୧ ଜଣ ସୁସ୍ଥ ହୋଇଥିବା ନେଇ ସ୍ୱାସ୍ଥ୍ୟ ବିଭାଗ କହିଛି। ଫଳରେ ରାଜ୍ୟରେ ମୋଟ ସୁସ୍ଥ ସଂଖ୍ୟା ୩୨୩୩୭୮ ହୋଇଛି।

ଆହୁରି ପଢନ୍ତୁ :

କୋଭିଡ୍‌ର ନୂଆ ରୂପକୁ ନେଇ ଚିନ୍ତାରେ ପଡ଼ିଲେଣି ରାଜ୍ୟ ସରକାର; ବ୍ରିଟେନ୍‌ ଫେରନ୍ତା ଶିଶୁ କରୋନା ପଜିଟିଭ୍

ଅନ୍ୟପଟେ ଆଜି ମଧ୍ୟ ରାଜ୍ୟରୁ ୩୨୫ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହି ନୂଆ ସଂକ୍ରମିତମାନେ ୨୪ ଜିଲ୍ଲାରୁ ଚିହ୍ନଟ କରାଯାଇଛି। ମାନଙ୍କ ମଧ୍ୟରୁ ୧୮୭  କ୍ୱାରେଣ୍ଟିନ ସେଣ୍ଟରରୁ ହୋଇଥିବାବେଳେ ୧୩୮ ଲୋକାଲ କେସ୍‌ ଥିବା ଜଣାଯାଇଛି। ଏ ନେଇ ସୂଚନା ଦେଇଛି ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ। ସେହିପରି ୩ ଜଣ କରୋନା ରୋଗୀ ଆଜି  ଆଖି ବୁଜିଛନ୍ତି।

ଆଜିର ନୂଆ ତାଲିକା ଅନୁଯାୟୀ, ଖୋର୍ଦ୍ଧାରେ ସବୁଠାରୁ ଅଧିକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଖୋର୍ଦ୍ଧାରୁ ୩୬ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ସୁନ୍ଦରଗଡରେ ୩୩, ଅନୁଗୁଳରେ ୩୨, ବାଲେଶ୍ୱରରୁ ୨୮, ବରଗଡରୁ ୧୮, ଭଦ୍ରକରୁ ୪, ବଲାଙ୍ଗୀରରୁ ୧୨, କଟକରୁ ୧୯, ଦେବଗଡରୁ ୪, ଢେଙ୍କାନାଳରୁ ଜଣେ, ଗଞ୍ଜାମରୁ ୫, ଜଗତସିଂହପୁରରୁ ୧, କେନ୍ଦ୍ରପଡାରୁ ୧୦, ଝାରସୁଗୁଡାରୁ ୧୧, ଯାଜପୁରରୁ ୧୭, ସୋନପୁରରୁ ୨, ସମ୍ବଲପୁରରୁ ୨୧, ପୁରୀରୁ ୪, ନୂଆପଡାରରୁ ୧୮, ନୟାଗଡରୁ ୪, ନବରଙ୍ଗପୁରରୁ ୨, ମୟୂରଭଞ୍ଜରୁ ୧୮, କେନ୍ଦୁଝରରୁ ୧୧ ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି।

ତେବେ ୬ଟି ଜିଲ୍ଲା କରୋନା ମୁକ୍ତ ହୋଇଛି। ବୌଦ୍ଧ, ଗଜପତି, କୋରାପୁଟ, ମାଲକାନଗିରି, ରାୟଗଡ଼ା ଓ କନ୍ଧମାଳରୁ କେହି ଜଣେ ବି ଆକ୍ରାନ୍ତ ଚିହ୍ନଟ ହୋଇ ନାହାନ୍ତି। ।

ସୂଚନା ଥାଉ କି, ଗତକାଲି ରାଜ୍ୟରେ ୨୬୩ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।  ସେମାନଙ୍କ ମଧ୍ୟରୁ ୧୫୧ ଜଣ କ୍ୱାରେଣ୍ଟାଇନ୍‌ରେ ଥିଲେ। ଗତକାଲି ମଧ୍ୟ ୮ଟି ଜିଲ୍ଲାରୁ କେହି କରୋନା ଆକ୍ରାନ୍ତ ଚିହ୍ନଟ ହୋଇ ନ ଥିଲେ। ଗତକାଲି ନୟାଗଡ ଓ ସୋନପୁରରୁ କେହି କରୋନା ରୋଗୀ ମିଳି ନ ଥିଲେ ହେଁ ଆଜି ଏହି ଦୁଇ ଜିଲ୍ଲାରୁ ଯଥାକ୍ରମେ ୪ ଓ ୨ ଜଣ କରୋନା ରୋଗୀ ମିଳିଛନ୍ତି।

ଅନ୍ୟପଟେ ବ୍ରିଟେନର କୋଭିଡ୍‌ର ନୂଆ ରୂପକୁ ନେଇ ଚିନ୍ତାରେ ପଡ଼ିଲେଣି ରାଜ୍ୟ ସରକାର। ଆଜି ପୁଣି ଜଣେ ବ୍ରିଟେନ୍ ଫେରନ୍ତା କରୋନା ପଜିଟିଭ ହେବା ପରେ ଏହି ଷ୍ଟ୍ରେନ୍‌କୁ ନେଇ ଛନକା ପଶିଛି। ବ୍ରିଟେନ୍ ଫେରନ୍ତା ଜଣେ ଶିଶୁ ଠାରେ କରୋନା ପଜିଟିଭ୍ ଚିହ୍ନଟ ହୋଇଛି।

ଭୁବନେଶ୍ୱର ମହାନଗର ନିଗମ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଆଜି ବ୍ରିଟେନ୍ ଫେରନ୍ତା ଜଣେ  ୪ ବର୍ଷର ଶିଶୁ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତିି। ଗତ ୨୦ ତାରିଖରେ ଶିଶୁଟି ବାପାମାଆଙ୍କ ସହ ବ୍ରିଟେନ୍‌ରୁ ଫେରିଥିଲା। ତେବେ ବାପା ଓ ମାଆଙ୍କର କୋଭିଡ୍ ଟେଷ୍ଟ ନେଗେଟିଭ ଆସିଛି।

ବାପା, ମାଆ ଓ ଶିଶୁକୁ ଇନ୍‌ଷ୍ଟିଚ୍ୟୁସନାଲ ଆଇସୋଲେସନ୍‌ରେ ରଖାଯାଇଛି। ଆସନ୍ତାକାଲି ବାପା ଓ ମାଆଙ୍କର ପୁଣି  କୋଭିଡ୍ ଟେଷ୍ଟ କରାଯିବ।

You might also like