ସୁସ୍ଥ ହେଲେ ୧୯୦୮ କରୋନା ଆକ୍ରାନ୍ତ

ଭୁବନେଶ୍ୱର: ରାଜ୍ୟରେ ଆଜି ୧୯୦୮ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ଆରୋଗ୍ୟଙ୍କ ସଂଖ୍ୟା ୨୭୨୦୩୮କୁ ବୃଦ୍ଧି ପାଇଛି। ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ।

କେଉଁ ଜିଲ୍ଲାରୁ କେତେ:

ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୨୨ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସେହିପରି କଟକରୁ ୧୦୦, ବଲାଙ୍ଗିରରୁ ୯୬, ବାଲେଶ୍ୱର- ୮୯, ମୟୂରଭଞ୍ଜ- ୮୦, କଳାହାଣ୍ଡି- ୭୬, ଜଗତସିଂହପୁର- ୭୩, ନୂଆପଡ଼ା- ୬୮
ଝାରସୁଗୁଡ଼ା- ୫୫, ଢେଙ୍କାନାଳ- ୪୯, ଯାଜପୁର- ୪୮, ପୁରୀ- ୪୭, ନବରଙ୍ଗପୁର ଓ ସମ୍ବଲପୁରରୁ ୪୫ ଲେଖାଏଁ ସୁସ୍ଥ ହୋଇଛନ୍ତି।

ସେହିପରି କନ୍ଧମାଳ ଓ କେନ୍ଦୁଝରରୁ ୪୨ ଲେଖାଏଁ, ଷ୍ଟେଟ୍ ପୁଲରୁ ୪୧, ବରଗଡ଼ ଓ ସୁବର୍ଣ୍ଣପୁରରୁ ୩୭ ଲେଖାଏଁ, ମାଲକାନଗିରିରୁ ୩୫, ରାୟଗଡ଼ା- ୩୪, କୋରାପୁଟ- ୩୩, ବୌଦ୍ଧ- ୩୨, ନୟାଗଡ଼- ୩୦
ଭଦ୍ରକ- ୨୫, ଗଞ୍ଜାମ- ୨୦, ଗଜପତି- ୫, ଦେବଗଡ଼ରୁ ୪ ସୁସ୍ଥ ହୋଇଛନ୍ତି।

You might also like