ଦିନକରେ ସୁସ୍ଥ ହେଲେ ୧୪୦୯ କରୋନା ଆକ୍ରାନ୍ତ
ଭୁବନେଶ୍ୱର: ସୁସ୍ଥ ହେଲେ ୧୪୦୯ କରୋନା ଆକ୍ରାନ୍ତ। ଆଜି ରାଜ୍ୟରେ ଦିନକରେ ୧୪୦୯ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ କରୋନା ଆରୋଗ୍ୟଙ୍କ ସଂଖ୍ୟା ୨୪, ୪୮୨କୁ ବୃଦ୍ଧି ହୋଇଛି। ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛି। ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ।
କେଉଁ ଜିଲ୍ଲାରୁ କେତେ:
ଗଂଜାମରୁ ସର୍ବାଧିକ ୨୫୮ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସେହିପରି ଖୋର୍ଦ୍ଧା ୨୧୮, ରାୟଗଡ଼ା ୧୨୮, ସୁନ୍ଦରଗଡ଼ରୁ ୧୨୨, ପୁରୀ ୧୨୧, ଗଜପତି ୧୨୦, କୋରାପୁଟ ୮୪, କଟକରୁ ୬୮, ବାଲେଶ୍ୱର ୫୮, ନବରଙ୍ଗପୁର ୩୪, କନ୍ଧମାଳରୁ ୩୦, ଯାଜପୁର ୨୫, ମାଲକାନଗିରି ୨୪, କେନ୍ଦୁଝର ୧୯, ବଲାଙ୍ଗିରରୁ ୧୬ ସୁସ୍ଥ ହୋଇଛନ୍ତି।
Happy to share that Odisha achieves another record with the discharge of 1409 #COVID19 patients today!
The total recovered cases of Odisha now stand at 24482.
258 from Ganjam
218 from Khurdha
128 from Rayagada
122 from Sundergarh
121 from Puri
120 from Gajapati— H & FW Dept Odisha (@HFWOdisha) August 4, 2020
ବରଗଡ଼ ଓ କେନ୍ଦ୍ରାପଡ଼ାରୁ ୧୨ ଲେଖାଏଁ, ଝାରସୁଗୁଡ଼ାରୁ ୧୧ ଜଣ ସୁସ୍ଥ ହୋଇଛନ୍ତି। ନୟାଗଡ଼ ୧୦, ବୌଦ୍ଧ ୯, ନୂଆପଡ଼ା ୮, ମୟୂରଭଂଜରୁ ୭, ଢେଙ୍କାନାଳ ୫, ଭଦ୍ରକ ୪, ଅନୁଗୁଳ ଓ ଜଗତସିଂହପୁରରୁ ୨ ଲେଖାଏଁ, ଦେବଗଡ଼ ଓ କଳାହାଣ୍ଡିରୁ ଜଣେ ଲେଖାଏଁ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।