• translate
Sarbeswar

ଭୁବନେଶ୍ୱର: ରାଜ୍ୟରେ ତୃତୀୟ ପର୍ଯ୍ୟାୟ ଟିକାକରଣକୁ ଅଧିକରୁ ଅଧିକ ଜିଲ୍ଲାକୁ ସଂପ୍ରସାରିତ କରାଯାଇଛି। ୧୮ରୁ ୪୪ ବର୍ଷ ବର୍ଗର ଲୋକଙ୍କୁ ଟିକାକରଣ ମେ ମାସରେ ଆରମ୍ଭ ହୋଇଥିଲେ ବି ଏହା ମାତ୍ର ୫ଟି ପୌରାଞ୍ଚଳ ଓ ୬ଟି ଜିଲ୍ଲାରେ ଚାଲିଥିଲା। ଏବେ ଏହାକୁ ବାକି ରହିଥିବା ଆଉ ୨୨ଟି ଜିଲ୍ଲା ମୁଖ୍ୟାଳୟ ପୌରାଞ୍ଚଳ ଓ ଏନ୍ଏସିକୁ ସଂପ୍ରସାରିତ କରାଯାଇଛି। ଚଳିତ ମାସ ରାଜ୍ୟକୁ ୬ ଲକ୍ଷ ୪୫ ହଜାର ୭୯୦ ଡୋଜ୍ କୋଭିସିଲ୍ଡ ଟିକା ଆସୁଅଛି। ପ୍ରଥମ ଡୋଜ୍ ପାଇଁ ଜିଲ୍ଲାଗୁଡ଼ିକୁ ନିଜ ନିଜର ଆବଶ୍ୟକତା ଅନୁସାରେ ଏହି ଟିକା ବଣ୍ଟନ କରାଯିବ। ଯାହା ଫଳରେ ୧୮ରୁ ୪୪ ବର୍ଷ ବୟସ ବର୍ଗର ଲୋକଙ୍କୁ ଟିକା ଦେବା ସହଜ ହେବ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି।

ତେବେ ବିଦେଶ ଯିବାକୁ ଥିବା ଜିଲ୍ଲାର ଛାତ୍ର ଓ କ୍ରୀଡ଼ାବିତଙ୍କୁ ପ୍ରାଥମିକତା ଦିଆଯିବ ବୋଲି ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ ପକ୍ଷରୁ କୁହାଯାଇଛି। ସେପଟେ ମେ ୩ରୁ ୧୪ ମଧ୍ୟରେ ପ୍ରଥମ ଡୋଜ୍ ଟିକା ନେଇଥିବା ୧୮ରୁ ୪୪ ବର୍ଷ ବୟସ୍କଙ୍କ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଓ୍ୱାକ୍ ଇନ୍ ଟିକାକରଣ ବ୍ୟବସ୍ଥା କରାଯାଉଛି। ଯେଉଁମାନେ ଯେଉଁଠି ପ୍ରଥମ ଡୋଜ୍ ନେଇଥିଲେ, ସେଠାରେ ପହଞ୍ଚି ଦ୍ୱିତୀୟ ଡୋଜ୍ ଟିକା ନେଇପାରିବେ ବୋଲି କୁହାଯାଇଛି। ତେବେ ନିଜର ପ୍ରଥମ ଡୋଜ୍ ଅନୁସାାରେ ଦ୍ୱିତୀୟ ଡୋଜ୍ ଟିକା ଲାଗି ତାରିଖ ଧାର୍ଯ୍ୟ କରାଯାଇଛି।

ସେପଟେ ଆଜି, ରାଜ୍ୟରେ ଗତ ୨୪ ଘଂଟାରେ ୭୦୦୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ୍‌ ସେଂଟରରୁ ୩୯୨୧ ଜଣ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଂଚଳରୁ ୩୦୮୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ଭାବରେ ଷ୍ଟେଟ୍‌ ପୁଲର ସଂଖ୍ୟା ୨୦୭ ରହିଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ଟ୍ୱିଟ୍‌ କରି ସୂଚନା ଦେଇଛି। ଏହାସହ ଗତ ୨୪ ଘଣ୍ଟାରେ ରାଜ୍ୟରେ ୪୨ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୨,୯୯୪ରେ ପହଞ୍ଚିଛି।

ଏପଟେ, ବିଦେଶ ଯିବାକୁ ଥିଲେ ଦିଆଯିବ ଟିକା। ପାଠ ପଢ଼ା ପାଇଁ ବିଦେଶ ଯିବାକୁ ଥିବା ଛାତ୍ରଛାତ୍ରୀଙ୍କୁ ଦିଆଯିବ ଟିକା। ଭୁବନେଶ୍ୱର ମହାନଗର ଅଞ୍ଚଳର ଛାତ୍ରଛାତ୍ରୀଙ୍କୁ ଟିକା ଦିଆଯିବା ବ୍ୟବସ୍ଥା ପ୍ରେସମିଟରେ ବିଏମ୍‌ସି କମିଶନର ସଂଜୟ ସିଂହଙ୍କ ସୂଚନା ଦେଇଛନ୍ତି। ପାଠପଢ଼ା ପାଇଁ ବିଦେଶ ଯିବାକୁ ଇଚ୍ଛୁକ ପିଲା ଅସୁବିଧା ଭୋଗୁଛନ୍ତି। ଟିକା ନେଇନଥିଲେ ବିଦେଶ ଯିବାକୁ ଅନୁମତି ନଥିବାରୁ ବ୍ୟବସ୍ଥା କରାଯିବ ବୋଲି କୁହାଯାଇଛି।

Other Stories