• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Chandan Shishu

ଭୁବନେଶ୍ୱର: ଓଡିଶାରେ ଆଉ ଜଣେ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ନିଜର ଟ୍ୱିଟର ହ୍ୟାଣ୍ଡେଲରେ ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି। ଏହି କରୋନା ଚିହ୍ନଟ ହେବା ପରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩ରେ ପହଞ୍ଚିଛି। ତେବେ ପଜିଟିଭ ଚିହ୍ନଟ ହୋଇଥିବା ବ୍ୟକ୍ତି ଜଣଙ୍କ ଭୁବନେଶ୍ୱରରେ ହୋଇଥିବା ସୂଚନା ମିଳିଛି। ଏଯାବତ ସମସ୍ତ ଆକ୍ରାନ୍ତ ଭୁବନେଶ୍ୱର ହୋଇଥିବା ଜଣାପଡିଛି।

ତେବେ ସେ ଅନ୍ୟ ଦେଶରୁ ଆସିଛନ୍ତି ନା ଅନ୍ୟ ରାଜ୍ୟରୁ ସଂକ୍ରମିତ ହୋଇ ଫେରିଛନ୍ତି, ତାହା ଜଣାପଡ଼ିନାହିଁ। ତେବେ ସେ କେତେ ଲୋକଙ୍କ ସଂସ୍ପର୍ଶରେ ଆସିଛନ୍ତି, ତାହା ଜଣାପଡ଼ି ନାହିଁ। ତେବେ ଏହି ଆକ୍ରାନ୍ତ ବ୍ୟକ୍ତିଙ୍କ ଯୋଗାଯୋଗ କରିବାକୁ ପ୍ରକ୍ରିୟା ଆରମ୍ଭ ହୋଇଛି।

ଏହା ପୂର୍ବରୁ ଅର୍ଥାତ ମାର୍ଚ୍ଚ ୧୫ ତାରିଖରେ ଓଡ଼ିଶାରେ ପ୍ରଥମ ‘କରୋନା’ ରୋଗୀ ଚିହ୍ନଟ ହୋଇଥିଲେ। ତାଙ୍କ ଘର ଭୁବନେଶ୍ୱର ଅଞ୍ଚଳ। ରକ୍ତ ଓ ସ୍ୱାବ ନମୁନା ପରୀକ୍ଷାରୁ ତାଙ୍କଠାରେ ‘କରୋନା’ ଭୂତାଣୁ ଥିବା ଜଣାପଡ଼ିଥିଲା। ଏହା ପରେ ତାଙ୍କୁ ଭୁବନେଶ୍ୱର କ୍ୟାପିଟାଲ୍‌ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଏବେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର ରହିଛି। ଏହି ଯୁବକ ଜଣଙ୍କ ୬ ତାରିଖରେ ଇଟାଲିରୁ ଦିଲ୍ଲୀ ଫେରିଥିଲେ। ଦିଲ୍ଲୀରେ କିଛି ଦିନ କ୍ୱାରେଣ୍ଟାଇନରେ ରହିଥିଲେ। ଏହା ପରେ ୧୨ ତାରିଖରେ ଟ୍ରେନ୍ ଯୋଗେ ଭୁବନେଶ୍ୱର ଆସିଥିଲେ।

ଏହା ପରେ ଅର୍ଥାତ ୧୯ ତାରିଖରେ ଦ୍ୱିତୀୟ ରୋଗୀ ଚିହ୍ନଟ ହୋଇଥିଲେ। ଭୁବନେଶ୍ୱର RMRC ରେ ପରୀକ୍ଷା ହୋଇଥିବା ୧୪ଟି ନମୁନା ଭିତରୁ ଜଣଙ୍କୁ ‘କରୋନା’ ହୋଇଥିବା ଜଣାପଡ଼ିଛି। ସେ ବିଦେଶରୁ ଫେରିଥିବା ଜଣାପଡ଼ିଥିଲା।

ପ୍ରକାଶଥାଉକି କରୋନା ନେଇ ସୁବ୍ରତ ବାଗଚୀ କହିଥିଲେ ଯେ, ଅନ୍ୟ ଦେଶରୁ ଆସିଥିବା ୧୦୦ ଜଣଙ୍କ ନିକଟରେ କିଛି କିଛି କରୋନା ଜନିତ ଲକ୍ଷଣ ଥିବା ଅନୁମାନ କରାଯାଉଛି। ସଚେତନ ନହେଲେ ମେ ସୁଦ୍ଧା ବିସ୍ଫୋରକ ସ୍ଥିତି ସୃଷ୍ଟି ହେବ ବୋଲି ସେ କହିଥିଲେ। ଭାରତରେ କରୋନାରେ ୭୧୯ ଆକ୍ରାନ୍ତ ହୋଇଥିବାବେଳେ ୧୬ ଜଣଙ୍କ ମୃତ୍ୟୁ ହୋଇଛି।

The-third-corona-was-positive-when-identified-in-the-state
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories