ଭାସିଗଲା ଅସ୍ଥାୟୀ ପୋଲ

କଲ୍ୟାଣସିଂହପୁର: ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁ କଲ୍ୟାଣୀ ନଦୀର ଏକ ଅସ୍ଥାୟୀ ପୋଲ ଧୋଇ ଯାଇଛି। ଏଥିଯୋଗୁ ୬ଟି ପଞ୍ଚାୟତ ବିଚ୍ଛିନ୍ନ ହୋଇଛି।

ଏହି ପୋଲ ଦେଇ କଲ୍ୟାଣସିଂହପୁର, ପୂଜାରିଗୁଡା, ସୁନାଖଣ୍ଡି, ପାରସାଲି, ପଲମା ଓ କନ୍ଧାକାତିପାଡୁ ପଞ୍ଚାୟତର ୨ ହଜାରରୁ ଅଧିକ ଲୋକ ପ୍ରତିଦିନ ଯିବାଆସିବା କରିଥାନ୍ତି। ପୋଲ ଧୋଇଯିବା ଦ୍ୱାରା ଲୋକମାନଙ୍କୁ ପ୍ରାୟ ୫୦ କି.ମି. ବୁଲି ବୁଲି ଯିବାକୁ ପଡୁଛି।

odisha

୨୦୦୭ରେ କଲ୍ୟାଣୀ ନଦୀରେ ବନ୍ୟା ଯୋଗୁ ସ୍ଥାୟୀ ପୋଲ ଭାସି ଯାଇଥିଲା। ଏହା ପରଠୁ ପୋଲ ନିର୍ମାଣ କାର୍ଯ୍ୟ ଚାଲୁ ରହିଥିଲା।

You might also like