ଜଗା ଧନକୁ ଆଣିବା ପାଇଁ ଗଠନ ହେଲା କମିଟି
ଭୁବନେଶ୍ୱର: ଜଗା ଧନକୁ ଆଣିବା ପାଇଁ ଗଠନ ହେଲା କମିଟି। ୟେସ୍ ବ୍ୟାଙ୍କରେ ଶ୍ରୀମନ୍ଦିର ଅର୍ଥ ଜମା ନେଇ କେନ୍ଦ୍ର ସରକାରଙ୍କୁ ସ୍ମାରକପତ୍ର ଦେବାକୁ ଏକ ଗୃହ କମିଟି ଗଠନ ହୋଇଛି। ଏନେଇ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ନେତୃତ୍ୱରେ ୧୨ଜଣିଆ କମିଟି ଗଠନ ହୋଇଛି କମିଟି।
ୟେସ ବ୍ୟାଙ୍କରେ ଗଚ୍ଛିତ ରହିଥିବା ଟଙ୍କାକୁ କିଭଳି ଉଠାଯାଇପାରିବ ଏହି କମିଟି କେନ୍ଦ୍ର ସରକାର ଓ ରିଜର୍ଭ ବ୍ୟାଙ୍କର ପ୍ରତିନିଧିଙ୍କୁ ଭେଟିବା ସହ ସ୍ମାରକପତ୍ର ଦେବେ।
ଏହି କମିଟିରେ ବିରୋଧୀ ଦଳ ନେତା ପ୍ରଦୀପ୍ତ କୁମାର ନାୟକ, ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ବିରୋଧୀ କଂଗ୍ରେସ ଦଳ ନେତା ନରସିଂହ ମିଶ୍ର, ସରକାରୀ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକଙ୍କ ସହ ୧୨ ଜଣ ବିଧାୟକ ଅଛନ୍ତି।
ପ୍ରକାଶଥାଉକି ଶ୍ରୀମନ୍ଦିରର ୫୪୨ କୋଟି ଅର୍ଥ ୟେସ ବ୍ୟାଙ୍କରେ ଜମା ରଖାଯାଇଥିଲା। ତେବେ ୟେସ୍ ବ୍ୟାଙ୍କର ଦେବାଳିଆ ସ୍ଥିତି ପରେ ଏହି ଟଙ୍କାକୁ ଆଣିବା ନେଇ ଆଶଙ୍କା ଦେଖାଦେଇଛି।