ଭୁବନେଶ୍ୱର: ଗୋଟିଏ ରଥ ଟାଣିବାରେ ୫୦୦ରୁ ଅଧିକ ଲୋକ ନିୟୋଜିତ ହେବେ ନାହିଁ। ଅଧିକାରୀ ଓ ପୋଲିସ କର୍ମଚାରୀଙ୍କ ସମେତ ପ୍ରତି ରଥ ଟାଣିବା ପାଇଁ ଅତିବେଶୀରେ ୫୦୦ ଜଣ ନିୟୋଜିତ ହେବେ। ରଥଯାତ୍ରା ନେଇ ସୁପ୍ରିମକୋର୍ଟଙ୍କ ସର୍ତ୍ତାବଳୀରେ ଏହା ଉଲ୍ଲେଖ ରହିଛି।
ସୁପ୍ରିମ୍କୋର୍ଟର ରଥଯାତ୍ରାକୁ ବିସ୍ତୃତ ସର୍ତ୍ତାବଳୀ:-
- ପ୍ରତି ରଥ ଟାଣିବା ପାଇଁ ଅତିବେଶୀରେ ୫୦୦ ଜଣ ନିୟୋଜିତ।
- ରଥଟଣାରେ ନିୟୋଜିତ ସେବାୟତଙ୍କ କରୋନା ଟେଷ୍ଟ ଜରୁରୀ।
- ରିପୋର୍ଟ ନେଗେଟିଭ ହେଲେ ହିଁ ରଥଯାତ୍ରାରେ ସାମିଲ ହେବାକୁ ମିଳିବ ଅନୁମତି।
- ଦୁଇଟି ରଥଟଣା ମଧ୍ୟରେ ବ୍ୟବଧାନ ୧ ଘଣ୍ଟା ରହିବ।
- ନୀତିକାନ୍ତି ସହ ଜଡ଼ିତ ବ୍ୟକ୍ତିଙ୍କ କରୋନା ରିପୋର୍ଟ ନେଗେଟିଭ ରହିବା ଦରକାର।
- ଯେଉଁମାନେ ଭାଗ ନେବେ ସେମାନଙ୍କ ତଥ୍ୟ ରଖିବେ ରାଜ୍ୟ ସରକାର।
- ପୁରୀ ସହରକୁ ସମସ୍ତ ପ୍ରବେଶ ପଥ ବନ୍ଦ କରାଯିବ।
- ରୀତିନୀତି ଓ ରଥଯାତ୍ରାର ପ୍ରସାରଣ ଟିଭିରେ ହୋଇପାରିବ ଏବଂ ରାଜ୍ୟ ସରକାର ଏଥିପାଇଁ ଟିଭି କ୍ୟାମେରାକୁ ଅନୁମତି ଦେବେ।
- ସେପଟେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାର କହିଛନ୍ତି ଯେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ହସ୍ତଗତ ହୋଇଛି। ରଥଯାତ୍ରାରେ ୩ଟି ରଥ ପାଇଁ ମୋଟ ୧୫ଶହ ଲୋକ ନିୟୋଜିତ ହେବେ। ସେମାନଙ୍କ କରୋନା ଟେଷ୍ଟ ରିପୋର୍ଟ କାଲି ସକାଳ ସୁଦ୍ଧା ଆସିବ। ଏହାପରେ ହିଁ ସେମାନଙ୍କୁ ଯାତ୍ରାରେ ସାମିଲ ହେବାକୁ ଅନୁମତି ମିଳିବ।