• translate
Sarbeswar

ଦେବଗଡ(ସିଦ୍ଧାର୍ଥ ଗୁରୁ): ରାଜ୍ୟରେ ଚିହ୍ନଟ ହୋଇଥିବା ପ୍ରଥମ ଡେଲଟା ପ୍ଲସ୍ ଆକ୍ରାନ୍ତ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି। ତାଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ୱାଭାବିକ ରହିଛି। ତେବେ ଆକ୍ରାନ୍ତ ଜଣକ ହେଲେ ଦେବଗଡ ବାରକୋଟ ବ୍ଳକ୍ ବସାଲୋଇ ଗାଁର ମିଲୁ ରାଜହଂସ। ମାର୍ଚ୍ଚ ୩୦ ତାରିଖରେ ସେ କୋଭିଡ ଟିକା ନେଇଥିବା ବେଳେ ଏପ୍ରିଲ ୨୩ ତାରିଖରେ ସଂକ୍ରମିତ ହୋଇଥିଲେ। ତେବେ କୋଭିଡରେ ଆକ୍ରାନ୍ତ ଥାଇ ସେ ଘରେ ଚିକିତ୍ସିତ ହୋଇଥିଲେ ଏବଂ ୨୦ ଦିନରେ ସମ୍ପୂର୍ଣ୍ଣ ସୁସ୍ଥ ହୋଇଥିବା କହିଛନ୍ତି।

ତେବେ ରାଜ୍ୟରେ କରୋନା ଭାଇରସ ଏବେ ବି ଡରାଉଛି। ସେପଟେ,ଗତ ୨୪ ଘଣ୍ଟାରେ ରାଜ୍ୟରେ ୩,୪୦୮ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୩୯ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଏହାକୁ ମିଶାଇ ରାଜ୍ୟରେ ମୋଟ୍‌ କରୋନା ଜନିତ ମୃତ୍ୟୁ ସଂଖ୍ୟା ୩,୮୮୭ରେ ପହଞ୍ଚିଥିବା ବେଳେ ରାଜ୍ୟରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ଟପିଛି।

ଚିହ୍ନଟ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟିନ୍‌ରୁ ୧,୯୪୩ ଚିହ୍ନଟ ହୋଇଥିବା ବେଳେ ଲୋକାଲ୍‌ କଣ୍ଟାକ୍ସ୍‌ ୧,୪୬୫ ରହିଛି। ଖୋର୍ଦ୍ଧାରୁ ୫୮୨ ପଜିଟିଭ୍‌ ଚିହ୍ନଟ ହୋଇଥିବା ବେଳେ କଟକରୁ ୫୫୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହି ୨ଟି ଜିଲ୍ଲାରେ ସଂକ୍ରମଣ କମୁ ନଥିବା ଦେଖିବାକୁ ମିଳିଛି। 

ଆଜି ହୋଇଥିବା ଚିହ୍ନଟ ୩,୪୦୮ କରୋନା ସଂକ୍ରମିତଙ୍କ ମଧ୍ୟରୁ ଅନୁଗୁଳରୁ ୯୩, ବାଲେଶ୍ୱରରୁ ୨୫୧, ବରଗଡ଼ରୁ ୨୪, ଭଦ୍ରକରୁ ୧୬୯, ବଲାଙ୍ଗିରରୁ ୨୨, ବୌଦ୍ଧରୁ ୨୮, କଟକରୁ ୫୫୩, ଦେବଗଡ଼ରୁ ୪, ଢେଙ୍କାନାଳରୁ ୭୩, ଗଜପତିରୁ ୧୪, ଗଞ୍ଜାମରୁ ୧୭, ଜଗତସିଂହପୁରରୁ ୧୦୩, ଯାଜପୁରରୁ ୨୫୮, ଝାରସୁଗୁଡ଼ାରୁ ୧୯, କଳାହାଣ୍ଡିରୁ ୧୫, କନ୍ଧମାଳରୁ ୧୯, କେନ୍ଦ୍ରାପଡ଼ାରୁ ୧୧୦, କେନ୍ଦୁଝରରୁ ୭୦, ଖୋର୍ଦ୍ଧାରୁ ୫୮୨, କୋରାପୁଟରୁ ୭୬, ମାଲକାନଗିରିରୁ ୭୩, ମୟୂରଭଞ୍ଜରୁ ୧୫୮, ନବରଙ୍ଗପୁରରୁ ୪୩, ନୟାଗଡ଼ରୁ ୧୬୦, ନୂଆପଡ଼ାରୁ ୬, ପୁରୀରୁ ୨୧୫, ରାୟଗଡ଼ାରୁ ୭୭, ସମ୍ବଲପୁରରୁ ୨୮, ସୋନପୁରରୁ ୧୬, ସୁନ୍ଦରଗଡ଼ରୁ ୩୭ ଓ ଷ୍ଟେଟ୍‌ ପୁଲ୍‌ରୁ ୯୫ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଏପଟେ,ଡେଲଟା ପ୍ଲସ୍ ଭାରିଏଣ୍ଟ ବିଶେଷ ଘାତକ ନୁହେଁ । ଯଦି ଘାତକ ହୋଇଥାନ୍ତା ତା ହେଲେ ଏହା ସାରା ଦେବଗଡ଼ ଜିଲ୍ଲାରେ ଏହା ବ୍ୟାପି ସାରନ୍ତାଣି । ତଥାପି ଆମକୁ ସତର୍କ ରହିବାକୁ ପଡ଼ିବ ବୋଲି ଜୀବ ବିଜ୍ଞାନ ପ୍ରତିଷ୍ଠାନର ନିର୍ଦ୍ଦେଶକ ଅଜୟ ପରିଡ଼ା କହିସାରିଛନ୍ତି। ଦେବଗଡ଼ ଜିଲ୍ଲାର ଆକ୍ରାନ୍ତ ସୁସ୍ଥ ହୋଇ ସାରିଥିବାରୁ, ଡେଲଟା ପ୍ଲସକୁ ନେଇ ଏତେ ଭୟଭୀତ ହେବାର ନାହିଁ। ଦେବଗଡ଼ରେ ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ୍ ଭାରିଏଣ୍ଟ ଚିହ୍ନଟ ପରେ ଚିନ୍ତାରେ ଥିବା ରାଜ୍ୟବାସୀଙ୍କୁ ଆଶ୍ୱସ୍ତ କରିଛି ଆଇଏଲ୍ଏସ୍ ନିର୍ଦ୍ଦେଶକଙ୍କ ଏ ପ୍ରତିକ୍ରିୟା।

Other Stories