ଦୂର ହେବ ଅଭାବି ବିକ୍ରି, ଚାଷୀଙ୍କ ପାଇଁ ଖୋଲିବ ବଜାର

ଭୁବନେଶ୍ୱର: କଣ୍ଟାକ୍ଟ ଫାର୍ମିଂ ବା ଚୁକ୍ତିଭିତ୍ତିକ ଚାଷପାଇଁ ଅଧ୍ୟାଦେଶ ଆଣିଲେ ରାଜ୍ୟ ସରକାର। ରାଜ୍ୟ କ୍ୟାବିନେଟ ଆଜି ଏଇ ଅଧ୍ୟାଦେଶରେ ମୋହର ମାରିଛି। ଏଣିକି ଚାଷୀଙ୍କ ସହ ଚୁକ୍ତି କରି ଚାଷ କରିବେ ଦେଶୀ ଓ ବିଦେଶୀ କମ୍ପାନୀ। ଦୁଇବର୍ଷ ପୂର୍ବରୁ ଏଥିପାଇଁ କମ୍ପାନୀ ମାନଙ୍କୁ ଆକୃଷ୍ଟ କରିବାକୁ ଗୁରଗାଁଓରେ ରୋଡ୍ ସୋ କରିଥିଲା ସମବାୟ ବିଭାଗ।

ଅଭାବି ବିକ୍ରି ଉପରେ ଲଗାମ ଲଗାଇବା ତଥା ଚାଷୀଙ୍କ ଆୟକୁ ଦୁଇଗୁଣ କରିବା ଲକ୍ଷ୍ୟରେ କେନ୍ଦ୍ରର ପରାମର୍ଶରେ ରାଜ୍ୟ ଆରମ୍ଭ କରିବାକୁ ଯାଉଛି କଣ୍ଟ୍ରାକ୍ଟ ଫାର୍ମିଂ ଫଣ୍ଡା। ପ୍ରସ୍ତାବିତ ଆଇନ ଅନୁସାରେ ଚାଷ ପୂର୍ବରୁ ସରକାର ବାଛିଥିବା କମ୍ପାନୀ ଚାଷୀଙ୍କ ସହ ଚୁକ୍ତି କରିବେ।

କମ୍ପାନୀ ଚାଷୀଙ୍କୁ ବୈଷୟିକ ସହଯୋଗ ଦେବା ସହ ଉତ୍ପାଦିତ ଫସଲ କେତେ ମୂଲ୍ୟର କିଣିବେ। ସେ ନେଇ ଆଗୁଆ ଚୁକ୍ତି କରିବେ। ଉତ୍ପାଦନ ପରେ ଚାଷୀଙ୍କୁ ଆଉ ବଜାର ଖୋଜିବାକୁ ପଡିବ ନାହିଁ। ତେବେ କୌଣସି ଜମିର ଅଧିକାର ଦାବୀ ଚୁକ୍ତି କରିଥିବା ପ୍ରାୟୋଜକଙ୍କ ପାଖରେ ରହିବ ନାହିଁ।

You might also like