କରୋନା ବିପକ୍ଷ ଲଢ଼େଇ ପାଇଁ ମ୍ୟାନପାୱାର ବଢ଼ାଇଲେ ରାଜ୍ୟ ସରକାର, ୩୮୦୦ ଜଣ ରିଜର୍ଭ

ଭୁବନେଶ୍ୱର: କରୋନା ସହ ଲଢ଼େଇ ପାଇଁ ସବୁବେଳେ ପ୍ରସ୍ତୁତ ରାଜ୍ୟ ସରକାର । ଏନେଇ ପୁଣି ଥରେ ସୂଚାଇ ଦେଇଛନ୍ତି ଏସିଏସ୍ ପ୍ରଦିପ୍ତ ମହାପାତ୍ର । କରୋନା ବିପକ୍ଷ ଲଢ଼େଇରେ ପ୍ରଶାସନ ପକ୍ଷରୁ ଆଉ ଦୁଇ ପାଦ ‍ବଢ଼ାଯାଇଛି । ଦିନକୁ ଦିନ ମୃତ୍ୟୁ ସଂଖ୍ୟା ଓ ସଂକ୍ରମଣ ସଂଖ୍ୟା ବୃଦ୍ଧି ପାଉଥିବା ହେତୁ, ସରକାରଙ୍କ ପକ୍ଷରୁ ସ୍ୱାସ୍ଥ୍ୟ ବିଭାଗର ଶକ୍ତି ବଢ଼ାଯାଇଛି ।

ଏସିଏସଙ୍କ ପକ୍ଷରୁ କୁହାଯାଇଛି ଯେ, ରାଜ୍ୟରେ ଏମର୍ଜେନ୍ସି ପାଇଁ ୩୮୦୦ ମ୍ୟାନ୍ ପାୱାର ରିର୍ଜଭ ରଖାଯାଇଛି । କୋଭିଡର ଏମର୍ଜେନ୍ସି ମୁକାବିଲା ପାଇଁ ସବୁବେଳେ ବ୍ୟାକଅପ୍ ପ୍ଲାନ ପ୍ରସ୍ତୁତ କରି ରଖିଛନ୍ତି ରାଜ୍ୟ ସରକାର ।

ଖାଲି ସେତିକି ନୁହେଁ, ସେ ଆହୁରି କହିଛନ୍ତି କୋଭିଡ ପାଇଁ ୭୦୦ ଡାକ୍ତରଙ୍କୁ ଫିଲ୍ଡରେ ନିୟୋଜିତ କରାଯାଇଛି । ଏହାସହ ବ୍ୟାକଅପରେ ୩୮୦୦ ମ୍ୟାନ୍ ପାୱାର ମଧ୍ୟ ଜାରୁରୀକାଳିନ ପରିସ୍ଥିତି ପାଇଁ ରିଜର୍ଭ ରହିଛନ୍ତି ।

ମେଡିକାଲ କଲେଜର ଇଣ୍ଟର୍ଣ୍ଣ, ପିଜି ଛାତ୍ର, ଟିଚିଂ ଓ ନର୍ସିଂ ଷ୍ଟାଫଙ୍କୁ ଏଥିରେ ସାମିଲ କରାଯାଇଛି । କୋଭିଡ ମହାମାରୀ ଚାଲିଥିବା ସମୟରେ ରାଜ୍ୟ ସରକାରଙ୍କ ପକ୍ଷରୁ ୭୮୬ ଜଣ ନୂଆ ଡାକ୍ତରଙ୍କୁ ନିଯୁକ୍ତି ଦିଆଯାଇଛି । ଖାଲି ସେତିକି ନୁହେଁ ୫୬୯୫ ଜଣ ନର୍ସିଂ ଅଫିସରଙ୍କୁ ବି ନିଯୁକ୍ତି ଦିଆଯାଇଥିବା ସ୍ପଷ୍ଟ କରିଛନ୍ତି ଏସିଏସ୍ ।

You might also like