• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

ଓଡ଼ିଶା: ଜାମ୍ମୁ ଓ କାଶ୍ମୀରର ପୁଲଓ୍ୱାମା ବିସ୍ଫୋରଣକୁ ଆଜି ଦୁଇ ବର୍ଷ ପୁରୁଛି। ସେଦିନ ପୁଲଓ୍ୱାମା ଆକ୍ରମଣରେ ଦେଶ ପାଇଁ ସହିଦ ହୋଇଥିବା ଯବାନଙ୍କ ପରିବାରକୁ ପ୍ରଶାସନ ଯେପରି ଭୁଲିଯାଇଛି, ତାହା ଦେଖିବାକୁ ମିଳିଛି। ୨୦୧୯ ଆତଙ୍କବାଦୀ ଆକ୍ରମଣରେ କଟକ ଜିଲ୍ଲା ନିଆଳି ବ୍ଲକ ରତନପୁରର ଯବାନ ମନୋଜ ବେହେରା ସହିଦ ହୋଇଥିଲେ। ସେତେବେଳେ ମନୋଜଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜଣାଇବା ସହ ରାଜ୍ୟ ସରକାର ଅନେକ ପ୍ରତିଶ୍ରୁତି ଦେଇଥିଲେ। ତେବେ ମନୋଜଙ୍କ ଘର ପାଖରେ ପ୍ରତିମୂର୍ତ୍ତି ସ୍ଥାପନ ଛଡ଼ା ଆଉ କିଛି କରାଯାଇନାହିଁ। ମନୋଜଙ୍କ ପରିବାରକୁ ପିଇବା ପାଣିର ସଂଯୋଗ ନାହିଁ, ରାସ୍ତାଟିଏ ମଧ୍ୟ ତିଆରି ହୋଇନାହିଁ। ହେଲେ ଏବେ ଘର ସାମନାରେ ଥିବା କେନାଲ ଉପରେ ପୋଲଟିଏ ତିଆରି କରାଯାଉଛି। ମନୋଜ ଅଧ୍ୟୟନ କରୁଥିବା ବିଦ୍ୟାଳୟ ମନୋଜଙ୍କ ନାଁରେ ନାମିତ ହୋଇ ଆଦର୍ଶ ବିଦ୍ୟାଳୟ ଘୋଷଣା ହେବା ଏବେବି ପୁରଣ ହୋଇନି।

ତେବେ ପୁଲୱାମା ଘଟଣାରେ ଦେଶରେ ପାଖାପାଖି ୪୦ ଯୱାନ ସହୀଦ ହୋଇଥିଲେ। ଆଉ ପୁଲୱାମା ଆକ୍ରମଣକୁ ଆଜିକୁ ୨ ବର୍ଷ ପୂରିଲା । ଠିକ୍ ଆଜିର ଦିନରେ ୪୦ ଜଣ ବୀର ପୁତ୍ରଙ୍କୁ ହରାଇଥିଲା ଭାରତ। ହେଲେ ଆକ୍ରମଣରେ ଦେଶ ପାଇଁ ଜୀବନ ଦେଇଥିବା ସହିଦଙ୍କୁ ଆଜି ବି ଝୁରୁଛି ମା’ମାଟି, ଗୁମୁରି ଗୁମୁରି କାନ୍ଦୁଛନ୍ତି ପରିବାର ଓ ପ୍ରିୟଜନ। ଆଉ ଦେଶ ପାଇଁ ହସି ହସି ପ୍ରାଣବଳୀ ଦେଇଥିବା ସହିଦଙ୍କୁ ମନେ ପକାଇ ଗୁମୁରି କାନ୍ଦୁଛି ମାତୃଭୂମି ।

ସେଦିନ ଥିଲା ଗୁରୁବାର , ତାରିଖ ଥିଲା ୧୪ ଫେବୃୟାରୀ ୨୦୧୯ । ସାରା ଦେଶ ପ୍ରେମ ଦିବସ ପାଳନ କରୁଥିବା ବେଳେ ହଠାତ୍ ଦ୍ୱିପ୍ରହର ୩.୩୦ ରେ ଆସିଲା ହୃଦୟବିଦାରକ ଖବର । ଜମ୍ମୁ-ଶ୍ରୀନଗର ରାଷ୍ଟ୍ରୀୟ ରାଜମାର୍ଗ ଦେଇ ୨୫୦୦ ଯବାନଙ୍କୁ ନେଇ ୭୮ ଟି ବସ୍ ଯାଉଥିଲା । ସବୁଦିନ ପରି ଯବାନ ମାନେ ‘ମେରେ ଦେଶ୍ କି ଧରତୀ’ ଗୀତ ଗାଇ ଗାଇ ଗନ୍ତବ୍ୟ ସ୍ଥଳକୁ ଆଗେଇ ଚାଲିଥିଲେ। ସିଆରପିଏଫ୍ ଯବାନଙ୍କ ଗାଡି ପୁଲୱାମା ପହଁଚିଛି କି ନାହିଁ ରାସ୍ତାର ଆରପଟରୁ ଆସୁଥିବା ଗୋଟିଏ କାର୍ ଗାଡିକୁ ଧକ୍କା ଦେଇଥିଲା । କେହି କିଛି ବୁଝିବା ପୂର୍ବରୁ ଏତେ ଜୋର୍ ରେ ବିସ୍ଫୋରକ ହୋଇଥିଲା ଯେ ଏଥିରେ ସାରା ଦେଶର ଛାତି ଥରି ଉଠିଲା। ମାତ୍ର କେହି ମୁହୂର୍ତ୍ତରେ ଅକାଳରେ ଝରିପଡିଥିଲା ୪୦ ଜୀବନ। ତେବେ ସେହି ଦିନକୁ ଆଜି ମନେ ପକାଉଛନ୍ତି ସାରା ଦେଶବାସୀ। ସହୀହ ହୋଇଥିବା ପ୍ରତ୍ୟେକ ଯୱାନଙ୍କୁ ଶତଶତ ସଲାମ।

The-state-government-has-only-kept-its-promises
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories