ସରପଞ୍ଚଙ୍କୁ ସୁରକ୍ଷା ଦେବେ ଏସପି

ନୟାଗଡ : ସୁରକ୍ଷା ଦରକାର ଥିଲେ ନୟାଗଡ ଏସ୍ପିଙ୍କୁ ଜଣାଅ । ପରୀ ହତ୍ୟା ମାମଲାରେ ସୁରକ୍ଷା ନେଇ ଲକ୍ଷ୍ମୀପ୍ରସାଦ ସରପଂଚ ସୌମ୍ୟରଂଜନ ପ୍ରଧାନ ହାଇକୋର୍ଟରେ ଆବେଦନ କରିଥିଲେ। ତେବେ  ଆଜି ହାଇକୋର୍ଟ କହିଛନ୍ତି, ସୁରକ୍ଷା ନେଇ ୧୫ ଦିନ ଭିତରେ ନୟାଗଡ଼ ଏସ୍ପିଙ୍କୁ ଜଣାନ୍ତୁ  ।

ଯଦି ସୁରକ୍ଷା ଆବଶ୍ୟକ , ତେବେ  ୭ ଦିନ ଭିତରେ ଏସପି ପଦକ୍ଷେପ ନେବେ । ପରୀ ହତ୍ୟା ମାମଲାରେ ଜୀବନ ପ୍ରତି ବିପଦ ଥିବା ଦର୍ଶାଇ ହାଇକୋର୍ଟ ଯାଇଥିଲେ ଲକ୍ଷ୍ମୀପ୍ରସାଦ ସରପଞ୍ଚ ସୌମ୍ୟ ରଂଜନ ପ୍ରଧାନ । ତେବେ କୁନିଝିଅ ପରୀ ହତ୍ୟା ଘଟଣାକୁ ନେଇ ଗଡିକେ ଘୋଡା ଛୁଟୁଛି । ତେବେ କେବେ ସୁରକ୍ଷ। ଏସପି ଯୋଗାଉଛନ୍ତି ତାହା ଦେଖିବାକୁ ବାକି ରହିଲା ।

You might also like