ପିତୃ ଦିବସରେ ଅଲୋଡ଼ା ବାପା, ଘରୁ ତଡ଼ିଦେଲେ ପୁଅ

ସୋର: ଘରୁ ତଡ଼ା ଖାଇବା ପରେ ୨ ଦିନ ଧରି ରାସ୍ତାକଡ଼ ନାଳ ପାଖରେ ପଡ଼ିରହିଲା ବାପା। ଆଉ ଯିଏ ଉଦ୍ଧାର କଲା, ନିର୍ଧୁମ ଛେଚା ଖାଇଲା। ଏଭଳି ଅଭାବନୀୟ ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଲକ୍ କୁରୁଡ଼ା ଗାଁରେ। ପିତୃ ଦିବସରେ ବାପାକୁ ପୁଅର ଏଭଳି ନିର୍ମମ ପ୍ରତିଦାନକୁ ନେଇ ସାରା ଅଞ୍ଚଳରେ ଉଦବେଗ ପ୍ରକାଶ ପାଇଛି।

ଅଭିଯୋଗ ଅନୁସାରେ, ସ୍ଥାନୀୟ ୮୩ ବର୍ଷୀୟ ବୃଦ୍ଧ ବାଞ୍ଛାନିଧି ନାୟକଙ୍କ ଦେହ ଅସୁସ୍ଥ ହେବା ଯୋଗୁଁ ତାଙ୍କ ଦୁଇ ପୁଅ ଘରୁ ତଡ଼ି ଦେଇଥିଲେ। ବୃଦ୍ଧ ଜଣକ ରାସ୍ତାକଡ଼ ନାଳ ପାଖରେ ପଡ଼ିରହୁଥିଲେ ଓ ମାଗିଯାଚି ଖାଉଥିଲେ।

ତେବେ ତାଙ୍କ ଝିଅ ଓ ନାତି ତାଙ୍କୁ ଉଦ୍ଧାର କରି ଘରକୁ ଆଣିବାରୁ, ସେମାନଙ୍କୁ ଦୁଇ ଭାଇ ମିଶି ନିର୍ଧୁମ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଲହୁଲୁହାଣ ଅବସ୍ଥାରେ ଗାଁଲୋକେ ଉଭୟଙ୍କୁ ଆମ୍ବୁଲାନ୍ସରେ ଡାକ୍ତରଖାନା ପଠାଇଛନ୍ତି।  ପୋଲିସ ଘଚଣାସ୍ଥଳରେ ପହଞ୍ଚିଥିଲେ ମଧ୍ୟ ଥାନାରେ ଏନେଇ କୌଣସି ଅଭିଯୋଗ ହୋଇନଥିବା ସୂଚନା ମିଳିଛି।

You might also like