ଜେଲ ଗଲେ ଆକାଶ ପାଠକ

୪ ଦିନିଆ ରିମାଣ୍ଡ ସରିବା ପରେ ଜେଲ୍ ଗଲେ ଆକାଶ ପାଠକ

ଭୁବନେଶ୍ୱର: ୪ ଦିନିଆ ରିମାଣ୍ଡ ସରିବା ପରେ ଜେଲ୍ ଗଲେ ଆକାଶ ପାଠକ। ଭୁବନେଶ୍ୱର SDJM କୋର୍ଟରେ ହାଜର ପରେ ଜେଲ୍ ଗଲେ ଆକାଶ। ତେବେ ଏହି ସମୟରେ ଗଣମାଧ୍ୟମ ଆଗରେ ପ୍ରତିକ୍ରିୟା ରଖିଛନ୍ତି ଆକାଶ ପାଠକ। ସେ କହିଛନ୍ତି ମୁଁ ସେମିତି କୌଣସି କଥା ମାନିନାହିଁ। କ୍ରାଇମବ୍ରାଞ୍ଚ ଆଗରେ ସତ ମାନିଛନ୍ତି କି ପ୍ରଶ୍ନରେ ଆକାଶ ଏହି ପ୍ରତିକ୍ରିୟା ରଖିଛନ୍ତି।

ତେବେ ଏହା ପୂର୍ବରୁ ଆକାଶ ପାଠକ ଟାଟାର କର୍ମଚାରୀ ନୁହଁନ୍ତି ବୋଲି ସ୍ପଷ୍ଟୀକରଣ ରଖିସାରିଛି ଟାଟା। ଓଟିଭିକୁ ଟାଟା ମୋଟର୍ସ କର୍ପୋରେଟ କମ୍ୟୁନିକେସନ ମୁଖ୍ୟ ସୁଦୀପ ଭାଲ୍ଲା କହିଛନ୍ତି ଯେ, ଆକାଶ କୁମାର ପାଠକ ଟାଟା ମୋଟର୍ସର କର୍ମଚାରୀ ନୁହଁନ୍ତି। ଆକାଶ ପାଠକଙ୍କ ଠକେଇ ବିଷୟରେ ଆମ ପାଖକୁ ଖବର ଆସିଥିଲା। ଟାଟା ମୋଟର୍ସ ଏମ୍‌ଡି ପରିଚୟ ଦେଇ ଟଙ୍କା ଆଦାୟ ଅଭିଯୋଗ ଥିଲା। ଚାକିରି ଆଶାୟୀଙ୍କ ଠାରୁ ଟଙ୍କା ଆଦାୟ କରିବା ଅଭିଯୋଗ ଥିଲା। ଏନେଇ କଂପାନୀ ପକ୍ଷରୁ କ୍ରାଇମବ୍ରାଞ୍ଚରେ ଏତଲା ହୋଇଥିବା ବୋଲି ଭାଲ୍ଲା କହିଛନ୍ତି।

You might also like