• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

ନୟାଗଡ :  ପରୀ ହତ୍ୟା ମାମଲା; ୩ ଜଣଙ୍କୁ ଉଠାଇ ନେଲା SIT। ପରୀର ଗାଁ ଯଦୁପୁରରୁ ୩ ଜଣଙ୍କୁ ଉଠାଇ ନେଲା ଏସଆଇଟି । ନୟାଗଡ଼ ସଦର ଥାନା ଯଦୁପୁର ଗାଁରୁ ଉଠାଇ ନେଲା। ସରୋଜ ସେଠୀ, ତାଙ୍କ ମାଆ ଓ ଭଉଣୀଙ୍କୁ ଉଠାଇ ନେଇଥିବା ସୂଚନା ରହିଛି । ତେବେ ପରୀ ହତ୍ୟାକାଣ୍ଡରେ ପୂର୍ବରୁ ଅରୁଣ ବୋଥ୍ରା ସରୋଜଙ୍କୁ ୫ ଲକ୍ଷ ଟଙ୍କା ଯାଚିଥିବା ଅଭିଯୋଗ ଆଣିଥିଲେ। ମାମଲାକୁ ପୂରା ନିଜ ନାଁରେ ନେବା ପାଇଁ କହିବା ସହ ଟଙ୍କା ଯାଚିଥିବା ସରୋଜ ଗଣମାଧ୍ୟମକୁ କହିଥିଲେ।

ଏହାସହ ମୋ ପରିବାରର କିଛି ହେଲେ ମନ୍ତ୍ରୀ ଅରୁଣ ସାହୁ ଦାୟୀ ବୋଲି ବି କହିଥିଲେ ସରୋଜ । କିନ୍ତୁ କାହିଁକି ସରୋଜଙ୍କୁ ହଠାତ୍ ଉଠାଇ ନେଲା ଏସଆଇଟି ତାହା ଜଣାପଡିନାହିଁ। କେବଳ ସରୋଜ ନୁହେଁ ତାଙ୍କ ମାଆ ଓ ଭଉଣୀଙ୍କୁ ବି ଉଠାଇ ନେଇଛି ଏସଆଇଟି।ସରୋଜ ସେଠୀ, ତାଙ୍କ ମାଆ ଓ ଭଉଣୀଙ୍କୁ SIT ହସ୍ପିଟାଲକୁ ନେଇ ସ୍ୱାସ୍ଥ୍ୟ ପରୀକ୍ଷା କରାଇଛି। ସରୋଜଙ୍କର ପରୀର ହତ୍ୟାରେ କୌଣସି ସଂପୃକ୍ତି ନ ଥିବା ସେ ପୂର୍ବରୁ କହିଥିଲେ। ତେବେ ସରୋଜଙ୍କ ପ୍ରତିକ୍ରିୟାର ମାତ୍ର୨ ଦିନ ପରେ SIT ସରୋଜ ସେଠୀଙ୍କୁ ଉଠାଇ ନେଇଛି ।

The-sit-abducted-three-people-in-connection-with-the-killings
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories