୩ ଜିଲ୍ଲାର କରୋନା ସ୍ଥିତି ସମୀକ୍ଷା କଲେ ସଚିବ

ଭୁବନେଶ୍ୱର: ରାଜ୍ୟରେ କରୋନା ସ୍ଥିତି ନେଇ ବିଭିନ୍ନ ସ୍ଥାନରେ କୋଭିଡ୍ ହସ୍ପିଟାଲ କାର୍ଯ୍ୟକ୍ଷମ କରାଯାଉଛି। ଏହି କ୍ରମରେ କେନ୍ଦୁଝର ନିକଟ ରାଙ୍କି ଠାରେ କୋଭିଡ୍  ହସ୍ପିଟାଲକୁ ବୁଲି ଦେଖିଥିଲେ ମୁଖ୍ୟଶାସନ ସଚିବ ଅସିତ ତ୍ରିପାଠୀ ମୁଖ୍ୟ ଶାସନ ସଚିବଙ୍କ 5T ସଚିବ ଭି. କେ. ପାଣ୍ଡିଆନ ମଧ୍ୟ କୋଭିଡ୍ ହସ୍ପିଟାଲର ସ୍ଥିତି ପରଖିଛନ୍ତି।

ଖୁବଶୀଘ୍ର ଏଠାରେ ୨ଶହ ଶଯ୍ୟା ବିଶିଷ୍ଟ ହସ୍ପିଟାଲ କାର୍ଯ୍ୟକ୍ଷମ ହେବ। ଏହି ହସ୍ପିଟାଲରେ ୧୦ ଶଯ୍ୟା ବିଶିଷ୍ଟ ଭେଣ୍ଟିଲେଟର ଏବଂ ଆଇସିୟୁ ସୁବିଧା ରହିବ। ଏହାର ପରିଚାଳନା ଲାଗି ଉତ୍କଳ ହସ୍ପିଟାଲ ସହ ସରକାରଙ୍କ ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି।

ଡିଏମ୍ଏଫ୍ ପାଣ୍ଠିରୁ ଏଥିଲାଗି ପାଣ୍ଠି ଯୋଗାଇ ଦିଆଯାଇଛି। କେନ୍ଦୁଝର ସହ ବାଲେଶ୍ୱର ଓ ବାରିପଦାରେ ମଧ୍ୟ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଏବଂ ଫାଇଭ-ଟି ସଚିବ ଭି. କାର୍ତ୍ତିକେୟନ ପାଣ୍ଡିଆନ୍ କୋଭିଡ୍ ହସ୍ପିଟାଲ ସ୍ଥିତି ସମୀକ୍ଷା କରିଛନ୍ତି।

You might also like