ଖୁସି ଖବର: ଓଡ଼ିଶାରେ ଦ୍ୱିତୀୟ କରୋନା ରୋଗୀ ସୁସ୍ଥ ହୋଇ ହସ୍ପିଟାଲ୍ରୁ ଡିସ୍ଚାର୍ଜ
ଭୁବନେଶ୍ୱର: ସାରା ଦେଶରେ କରୋନା ସ୍ଥିତି ଜଟିଳ ଥିବା ବେଳେ ଓଡ଼ିଶା ପାଇଁ ଏକ ଖୁସୀ ଖବର ଆସିଛି। ଓଡ଼ିଶାର ଦ୍ୱିତୀୟ କରୋନା ରୋଗୀ ଏବେ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ଭୁବନେଶ୍ୱର ଏମ୍ସ ହସ୍ପିଟାଲ୍ରୁ ଡିସ୍ଚାର୍ଜ ହୋଇଛନ୍ତି। ତାଙ୍କ ବୟସ ୨୦ । ଆଜି ତାଙ୍କ କରୋନା ଟେଷ୍ଟ ରିପୋର୍ଟ ନେଗେଟିଭ ଆସିଥିବା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ୱିଟ୍ କରି ସୂଚନା ଦିଆଯାଇଛି।
ମାର୍ଚ୍ଚ ୧୯ ତାରିଖରେ ରାଜ୍ୟରେ ଦ୍ୱିତୀୟ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ସେଦିନ ପରୀକ୍ଷା ହୋଇଥିବା ୧୪ ନମୁନାରୁ ଏହି ବ୍ୟକ୍ତିଙ୍କର କୋରନା ପଜିଟିଭ୍ ଜଣାପଡ଼ିଥିଲା। ସଂକ୍ରମିତ ବ୍ୟକ୍ତି ଜଣଙ୍କ ବ୍ରିଟେନ୍ରୁ ଫେରିଥିଲେ।
ଏବେ ସୁଦ୍ଧା ଓଡ଼ିଶାରୁ ଆହୁରୀ ୩ ଜଣ କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସାଧୀନ ଅଛନ୍ତି।
The second COVID-19 positive case in Odisha, belonging to Bhubaneswar has completely recovered and tested negative for Covid. He is being discharged.
— H & FW Dept Odisha (@HFWOdisha) April 1, 2020
ସେହିପରି ମାର୍ଚ୍ଚ ୧୫ ତାରିଖରେ ଓଡ଼ିଶାରେ ପ୍ରଥମ କରୋନା ରୋଗୀ ଚିହ୍ନଟ ହୋଇଥିଲେ। ତାଙ୍କ ସ୍ୱାସ୍ଥ୍ୟାବସ୍ଥା ନେଇ କୌଣସି ସୂଚନା ମିଳିନାହିଁ। ସେ କେପିଟାଲ୍ ହସ୍ପିଟାଲ୍ରେ ରହି ଚିକିତ୍ସିତ ହେଉଛନ୍ତି।