ଓଡ଼ିଶାରେ ଜୁନ୍ ୧୭ରୁ ଖୋଲିବନି ସ୍କୁଲ୍
ଭୁବନେଶ୍ୱର: ରାଜ୍ୟରେ ଜୁନ୍ ୧୭ ତାରିଖରୁ ଖୋଲିବ ନାହିଁ ସ୍କୁଲ୍। ଏନେଇ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ସୂଚନା ଦେଇଛନ୍ତି।
କରୋନା ସଂକ୍ରମଣକୁ ରୋକିବା ପାଇଁ ସାରା ଦେଶରେ ଜୁନ୍ ୩୦ ଯାଏ ଲକ୍ଡାଉନ୍ ଅବଧି ବୃଦ୍ଧି କରାଯାଇଛି। ଏହାସହ କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ନୂଆ ଗାଇଡ୍ଲାଇନ୍ସ ମଧ୍ୟ ଜାରି ହୋଇଛି।ଗାଇଡ୍ଲାଇନ୍ସ ଅନୁସାରେ ଜୁଲାଇରେ ସ୍କୁଲ ଖୋଲିବାକୁ ଅନୁମତି ଅଛି। ତେଣୁ ସେହି ଅନୁସାରେ ଜୁନ୍ ୧୭ରୁ ସ୍କୁଲ ଖୋଲିବନି ବୋଲି ସୂଚନା ମିଳିଛି। ତେବେ ପୁଣି କେବେ ସ୍କୁଲ୍ ଖୋଲିବ ସେନେଇ ବର୍ତ୍ତମାନ ସୁଦ୍ଧା ରାଜ୍ୟ ସରକାରଙ୍କ ପକ୍ଷରୁ କିଛି ସୂଚନା ଦିଆଯାଇଛି।
ସୂଚନାଥାଉ କି, ପୂର୍ବରୁ ରାଜ୍ୟରେ ଜୁନ୍ ୧୭ରୁ ସ୍କୁଲ୍ ଖୋଲିବା ନେଇ ନିଷ୍ପତ୍ତି ନିଆଯାଇଥିଲା।