ହୁ ହୁ ହୋଇ ବଢ଼ିବାରେ ଲାଗିଛି ଅତ୍ୟାବଶ୍ୟକ ସାମଗ୍ରୀର ଦର, ନିଦାବିଷ୍ଣୁ ସାଜିଛନ୍ତି ସରକାର

ଭୁବନେଶ୍ୱର : ଖାଉଟିଙ୍କ ଉପରେ ଦରଦାମ୍ ବୃଦ୍ଧିର ଚାପ ଲଗାତାର ବଢୁଥିବା ପେଟ୍ରୋଲ୍-ଡିଜେଲ୍ର ଦର ସାଙ୍ଗକୁ ଆଳୁ, ପିଆଜ ଭଳି ଅତ୍ୟାବଶ୍ୟକ ସାମଗ୍ରୀର ଆକାଶ ଛୁଆଁ ରେଟ୍ ଲୋକଙ୍କୁ ନାକେଦମ୍ କଲାଣି । ଏଭଳି ସମୟରେ କେନ୍ଦ୍ର ଉପରେ ଦୋଷ ଲଦି ହାତ ଟେକି ଦେଇଛନ୍ତି ରାଜ୍ୟ ଯୋଗାଣ ମନ୍ତ୍ରୀ କହିଛନ୍ତି, ଅତ୍ୟାବଶ୍ୟକ ଦ୍ରବ୍ୟ ଆଇନଠାରୁ , ଆଳୁ ଓ ପିଆଜ ବାଦ୍ ପଡ଼ିଥିବାରୁ ରାଜ୍ୟର କ୍ଷମତା ଚାଲିଯାଇଛି ।

ଏହି ସ୍ଥିତି ପାଇଁ କଂଗ୍ରେସ ଉଭୟ ବିଜେଡି ଓ ବିଜେପିକୁ ଦାୟୀ କରିଥିବା ବେଳେ ଆଳୁ-ପିଆଜ ମିଶନ୍ ଫେଲ ମାରିଥିବା କହି ରାଜ୍ୟ ସରକାର ଉପରେ ଦୋଷ ଲଦିଛି ବିଜେପି । ବ୍ୟବସାୟୀ ମହାସଂଘ କହିଛି କର୍ପୋରେଟ୍ ହାଉସମାନେ ଆଳୁ ଓ ପିଆଜ ହୋଡିଂ କରୁଥିବାରୁ ଦର ଉଚ୍ଚା ରହୁଛି

ପେଟ୍ରୋଲ୍ ଲିଟର ୮୪ ଟଙ୍କା ୩୪ ପଇସା, ଡିଜେଲ୍ ୮୦ଟଙ୍କା ୪୬ ପଇସା ଏଣେ ଖୁଚୁରା ବଜାରରେ ଆଳୁ କିଲୋ ୩୦, ପିଆଜ ୪୦ ଟଙ୍କା । ପେଟ୍ରୋଲରୁ ପିଆଜ ପର୍ଯ୍ୟନ୍ତ ଅତ୍ୟାବଶ୍ୟକ ସାମଗ୍ରୀର ଆକାଶଛୁଆଁ ଦରକୁ ନେଇ ଚିନ୍ତାରେ ଖାଉଟି । ମହଙ୍ଗାମାଡ଼ରେ ସନ୍ତୁଳି ହୋଇଗଲେଣି ସାଧାରଣ ଜନତା । ଗୋଟିଏ ପଟେ କରୋନା ପ୍ରଭାବରେ କାମଧନ୍ଧା ଅଭାବ, ଅନ୍ୟପଟେ ଦରଦାମ ବୃଦ୍ଧିର ଚାପ ପ୍ରାୟ ୧୫ ଦିନ ହେଲା ଦିନ୍ ବଢୁଛି ।

ତୈଳଦର ଆଳୁ ପିଆଜ  ରେଟ୍ ବି ସେମିତି ଆଖିଦୃଶିଆ ଭାବେ ଖସୁ ନାହିଁ । ଅତ୍ୟାବଶ୍ୟକ ଦ୍ରବ୍ୟ ଆଇନରୁ ଆଳୁ, ପିଆଜ ବାଦ୍ ପଡ଼ିବା ପରେ ଦର ଚଢ଼ା ରହୁଥିବା କୁହାଯାଉଛି । ଷ୍ଟକ୍ ଲିମିଟ୍ ହଟିଯିବା ପରେ ବଡ଼ ବଡ଼ କର୍ପୋରେଟ୍ ହାଉସମାନେ ଟନ୍ ଟନ୍ ଆଳୁ, ପିଆଜ ହୋଡିଂ କରୁଛନ୍ତି। ଫଳରେ ଦର କମୁନାହିଁ , ଅନ୍ୟପକ୍ଷରେ ତୈଳ ଦର ମହଙ୍ଗା ହେବାପରେ ପରିବହନ ଖର୍ଚ୍ଚ ବି ବଢିଥିବାରୁ ତାର ସିଧା ପ୍ରଭାବ ଦରଦାମ ଉପରେ ପଡୁଛି ଅନ୍ୟପକ୍ଷରେ ।

ଆଳୁ, ପିଆଜ ପାଇଁ ଓଡ଼ିଶା ଅନ୍ୟ ରାଜ୍ୟ ଉପରେ ନିର୍ଭର କରୁଥିବାରୁ ନୂଆ ଫସଲ ବଜାରକୁ ନଆସିବା ପର୍ଯ୍ୟନ୍ତ ସ୍ଥିତି ଏମିତି ଲାଗି ରହିବ ବୋଲି ବ୍ୟବସାୟୀ କହିଛନ୍ତି । ସେପଟେ ଦରଦାମ ବୃଦ୍ଧିକୁ ନେଇ କେନ୍ଦ୍ର ସରକାରଙ୍କ ଉପରେ ଦୋଷ ଲଦିଛନ୍ତି ରାଜ୍ୟ ଯୋଗାଣ ମନ୍ତ୍ରୀ କହିଛନ୍ତି । ଅତ୍ୟାବଶ୍ୟକ ଦ୍ରବ୍ୟ ଆଇନରୁ ଆଳୁ ଓ ପିଆଜ ବାଦ୍ ପଡ଼ିବାପରେ ରାଜ୍ୟର କ୍ଷମତା ଚାଲିଯାଇଛି । ଏମିତିକି ଷ୍ଟକ୍ ଲିମିଟ୍ ନିଷ୍ପତ୍ତି ନେଇପାରିବନି । ରାଜ୍ୟରେ ସେପଟେ ଆଳୁ ଓ ପିଆଜ ମିଶନ୍ ଫେଲ୍, ଚାଷୀଙ୍କ ପାଇଁ କୋଲଡ୍ ଷ୍ଟୋରେଜ୍ ସୁବିଧା ନଥିବା କହି ରାଜ୍ୟ ଉପରେ ଦୋଷ ଲଦିଛି ବିଜେପି ସେପଟେ କଂଗ୍ରେସ୍, ଦରଦାମ ବୃଦ୍ଧି ପାଇଁ ଉଭୟଙ୍କୁ ଦାୟୀ କରିଛି । କରୋନା ମହାମାରୀ ସମୟରେ ଅନେକ ଲୋକ ଜୀବୀକା ହରାଇଛନ୍ତି । ଅନ୍ୟପଟେ ଅତ୍ୟାବଶ୍ୟକ ସାମଗ୍ରୀର ଦର ବୃଦ୍ଧି ସମସ୍ତଙ୍କୁ କନ୍ଦାଉଛି ।

You might also like