‘ଅନଲାଇନ୍‌ରେ କାଳିଆ ଦର୍ଶନ ମିଛ’

ପୁରୀ: ଶ୍ରୀମନ୍ଦିରରେ ଅନଲାଇନରେ ଦର୍ଶନ ବ୍ୟବସ୍ଥା ନେଇ କୌଣସି ଆଲୋଚନା ହୋଇନି। ଏହା କେବଳ ମିଥ୍ୟା ପ୍ରଚାର ପାଇଁ ଉଦ୍ଦିଷ୍ଟ। ଏନେଇ ସ୍ପଷ୍ଟୀକରଣ ରଖିଲେ ନୀତି ପ୍ରଶାସକ।

କୋଭିଡ ଗାଇଡଲାଇନ ଅନୁସାରେ ଭକ୍ତମାନେ ଦର୍ଶନ ପାଇଁ ଶ୍ରୀମନ୍ଦିର ପ୍ରଶାସନ ୱେବସାଇଟ୍‌ରେ ଆବେଦନ କରିବେ। ନିଜର ସଠିକ ତଥ୍ୟ ସହ ନେଗେଟିଭ ରିପୋର୍ଟ ଦାଖଲ କରିବେ। ପ୍ରାଥମିକ ଭାବେ ପୁରୀ ସହରବାସୀଙ୍କୁ ପ୍ରାଧାନ୍ୟ ଦିଆଯିବ। ପରେ ରାଜ୍ୟବାସୀଙ୍କୁ ସୁଯୋଗ ଦିଆଯିବ ବୋଲି ସେ କହିଥିଲେ।

ଜିଲ୍ଲା ପ୍ରଶାସନ,ଶ୍ରୀମନ୍ଦିର ପ୍ରଶାସନ ମଧ୍ୟରେ ଆଲୋଚନା ପରେ ଆସନ୍ତା ମାସକୁ  ଜିଲ୍ଲାପାଳ ପଦକ୍ଷେପ ନେବେ ବୋଲି କହିଥିଲେ ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ରାମଚନ୍ଦ୍ର ଦାସମହାପାତ୍ର।

You might also like