ପିକ୍ଅପ୍ ମରାମତି କରୁଥିଲେ, ଚଢ଼ାଇ ଦେଲା ଟ୍ରକ୍

ଢ଼େଙ୍କାନାଳ: ବେପରୁଆ ଗାଡ଼ିଚାଳନା ନେଇଗଲା ଜୀବନ।  ଘଟଣାଟି ଘଟିଛି ଢ଼େଙ୍କାନାଳ ଜିଲ୍ଲା ୫୫ ନମ୍ବର ଜାତୀୟ ରାଜପଥର କଲେଜ ବାଇପାସ୍ ନିକଟରେ।
ଗତ ଶୁକ୍ରବାର ଦିନ ଘଟଣା । ଏକ ପିକଅପ୍‌ ଭ୍ୟାନ ରାସ୍ତା ଉପରେ ଛିଡା ହୋଇଥିଲା। ଗାଡ଼ିର ଟାୟାର ଲିକ୍‌ ହୋଇଯିବାରୁ ଡ୍ରାଇଭର ଗାଡ଼ି ତଳେ ବସି ଏହାର ମରାମତି କରୁଥିଲେ । ହଠାତ୍‌ ଏକ ଟ୍ରକ୍ ଦ୍ରୁତ ଗତିରେ ଆସି ପିକ୍ଅପ୍ ଭ୍ୟାନକୁ ପଛରୁ ଧକ୍କା ଦେଇଥିଲା।

ଫଳରେ ଗାଡି ସହ ଡ୍ରାଇଭର ଘୋଷାରି ହୋଇ କିଛି ଦୂର ପଳାଇ ଯାଇଥିଲେ। ଘଟଣାସ୍ଥଳରେ ପିକ୍ଅପ୍ ଡ୍ରାଇଭରଙ୍କ ମୃତ୍ୟୁ ହୋଇଥିଲା। ନିକଟରେ ଥିବା ଏକ ପେଟ୍ରୋଲ ପମ୍ପର ସିସିଟିଭିରେ ସମସ୍ତ ଦୃଶ୍ୟ କଏଦ ହୋଇଛି।

You might also like