ଜାନୁଆରୀ ୧୫ରେ ପ୍ରକାଶ ପାଇବ ନୂଆ ଭୋଟର ତାଲିକା

ଭୁବନେଶ୍ୱର : ଭୋଟର ତାଲିକାକୁ ନେଇ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଲେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶିଲ ଲୋହାନୀ । ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ସୂଚନା ଅନୁସାରେ, ୨୦୨୧ ବର୍ଷ ପାଇଁ ନୂଆ ଭେ।ଟର ତାଲିକା ଜାନୁଆରୀ ୧୫ ରେ ପ୍ରକାଶ ପାଇବ । ତେବେ ଉଭୟ ଅନଲାଇନ ଓ ଅଫ୍ ଲାଇନରେ ଭୋଟର ନିଜ ନାମକୁ ସଂଶୋଧନ କରିପାରିବେ । କେବଳ ଏତିକି ନୁହେଁ ବରଂ ତାଲିକାରେ ନାମ ଯୋଡିବା, କାଟିବା ଓ ସଂଶୋଧନ ମଧ୍ୟ କରିହେବ ।

ଯଦି ଭୋଟର ତାଲିକାରେ ଆପଣଙ୍କ କୌଣସି ଭୁଲ ରହିଛି ତେବେ ଆପଣ ନିଜ ସମ୍ପର୍କରେ କୌଣସି ତଥ୍ୟ ଯୋଡିବାକୁ ଫର୍ମ ନଂ ୬, କାଟିବାକୁ ଫର୍ମ ନଂ ୭ ଏବଂ ସଂଶୋଧନ କରିବାକୁ ଫର୍ମ ନଂ ୮ ରେ ଆବେଦନ କରିପାରିବେ । ଭୋଟର ତାଲିକାରେ ନାମ ଯୋଡିବାକୁ ନିଜର ବାସସ୍ଥାନର ପ୍ରମାଣ ଦେଇ ଆବେଦନ କରିବାକୁ ପଡିବ । ଅନଲାଇନ କମ୍ବା ବୁଥ୍ ସ୍ତରରେ ମଧ୍ୟ ଆବେଦନ ହୋଇପାରିବ । ତେବେ ଆବେଦନ ପତ୍ର ଗୁଡିକ ଡିସେମ୍ବର 15 ରୁ ଜାନୁଆରୀ ୫ ମଧ୍ୟରେ ଯାଂଚ ହେବ ବୋଲି ସୂଚନା ରହିଛି । ଆବେଦନ ହୋଇଥିବା ସମସ୍ତ ଫର୍ମ ଗୁଡିକ ସମ୍ପୂର୍ଣ୍ଣ ଯାଂଚ ହେବା ପରେ ଜାନୁଆରୀ ୧୫ ରେ ଚୂଡାନ୍ତ ଭୋଟର ତ।ଲିକା ପ୍ରକାଶ ପାଇବ ବୋଲି ସୂଚନା ରହିଛି ।

You might also like