ସହାୟତା କଣ ବେଆଇନ୍‌? ମନ୍ତ୍ରୀଙ୍କ ଅଭିଯୋଗର ଜବାବ ଦେଲେ ସାଂସଦ

ଭୁବନେଶ୍ୱର: ଭୁବନେଶ୍ୱର ମହାନଗର ନିଗମରେ ସାଂସଦ ଅପରାଜିତା ଷଡଙ୍ଗୀଙ୍କ ଓ୍ୱାର୍ଡ ପ୍ରତିନିଧିମାନେ ବେଆଇନ ଭାବେ ଫର୍ମ ବାଣ୍ଟୁଥିବା ଅଭିଯୋଗ। ଭୁବନେଶ୍ୱର ଏକାମ୍ର ନିର୍ବାଚନମଣ୍ଡଳୀ ବିଧାୟକ ତଥା ମନ୍ତ୍ରୀ ଅଶୋକ ପଣ୍ଡା ଏହି ଅଭିଯୋଗ ଆଣିଛନ୍ତି। ମହାନଗର ନିଗମ ଅଧୀନରେ ଥିବା ଉଠା ଦୋକାନୀମାନଙ୍କୁ ସହାୟତା ନିମନ୍ତେ ପ୍ରତିନିଧିମାନେ ଫର୍ମ ଦେବା ସହ ସେମାନଙ୍କଠାରୁ ଆଧାର କାର୍ଡ, ମୋବାଇଲ ନମ୍ବର ଆଦି ସଂଗ୍ରହ କରୁଥିବା ମନ୍ତ୍ରୀ ସୋସିଆଲ ମିଡିଆ ଜରିଆରେ ଜାଣିବାକୁ ପାଇଛନ୍ତି।

ଏହା ବେଆଇନ, ରାଜ୍ୟ ସରକାର କିମ୍ବା ମହାନଗର ନିଗମ ସହାୟତା ପାଇଁ ଏଭଳି କିଛି ଘୋଷଣା କରିନାହାନ୍ତି କି ନିଷ୍ପତ୍ତି ନେଇନାହାନ୍ତି। ଯେଉଁମାନେ ବେଆଇନ ଭାବେ ଫର୍ମ ବାଣ୍ଟୁଛନ୍ତି ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ବିଏମ୍‌ସି କମିଶନର ପ୍ରତିଶ୍ରୁତି ଦେଇଥିବା ଅଶୋକ ପଣ୍ଡା କହିଛନ୍ତି।

ଜବାବରେ ସାଂସଦ ଅପରାଜିତା କହିଛନ୍ତି, ଏଭଳି ବିପତ୍ତି ସମୟରେ ଲୋକଙ୍କୁ କିପରି ସାଧାରଣ ସେବା ଯୋଗାଇ ଦିଆଯାଇପାରିବ, ସେଥିପାଇଁ ୱାର୍ଡ ଅଫିସରଙ୍କୁ ସାହାଯ୍ୟ କରିବାକୁ ୱାର୍ଡ ପ୍ରତିନିଧିମାନଙ୍କୁ ନିୟୋଜିତ କରାଯାଇଛି। ସେମାନଙ୍କୁ ସହାୟତାର ହାତ ବଢାଇବାକୁ କୁହାଯାଇଥିବା ଅପରାଜିତା କହିଛନ୍ତି।

ଆହୁରି ପଢ଼ନ୍ତୁ

You might also like