• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Chandan Shishu

ରାଉଲକେଲା:  ପଥଶ୍ରମ ଆଗରେ ହାରିଗଲା ମାଆର ମମତା। ସଦ୍ୟଜାତ ଛୁଆକୁ ରାସ୍ତାରେ ଛାଡି ଚାଲିଗଲା ମାଆ। ଲକଡାଉନରେ ଫସିଥିବା ଶ୍ରମିକଙ୍କ ବହୁ କରୁଣ କାହାଣୀ ସାମ୍ନାକୁ ଆସୁଥିବା ବେଳେ ଆଜି ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ରାଉରକେଲା ବ୍ରାହ୍ମଣୀ ତରଙ୍ଗ ଥାନା ସାନନୂଆଗାଁରେ।

ଝାଡ଼ଖଣ୍ଡରୁ ଚାଲି ଚାଲି ଛତିଶଗଡ଼ ଯାଉଥିଲେ କିଛି ଶ୍ରମିକ। ଏମାନଙ୍କ ମଧ୍ୟରେ ଥିବା ଜଣେ ଆସନ୍ନ ପ୍ରସବା ବି ଥିଲେ ବାଟରେ। ମହିଳାଙ୍କ ପ୍ରସବ ଯନ୍ତ୍ରଣା ହେବା ସହ ଏକ ଶିଶୁପୁତ୍ରକୁ ଜନ୍ମ ଦେଇଥିଲେ। ତେବେ ଅଖିଆ ଅପିଆ ଚାଲି ଚାଲି ଥକି ଯାଇଥିବା ମହିଳା ଜଣକ ଅସାମର୍ଥ୍ୟତା ପାଇଁ ଛୁଆଟିକୁ ସାଙ୍ଗରେ ନନେଇ ସେଇଠି ଛାଡ଼ି ଦେଇ ଯାଇଥିଲେ।

ଏହାର କିଛି ସମୟ ପରେ ସ୍ଥାନୀୟ ଗାଁଲୋକେ ଶିଶୁଟିକୁ ଉଦ୍ଧାର କରି ଚାଇଲ୍ଡ ଲାଇନକୁ ଖବର ଦେଇଥିଲେ। ଚାଇଲ୍ଡ ଲାଇନ୍ ଟିମ୍ ଶିଶୁକୁ ପ୍ରଥମେ ଆରଜିଏଚରେ ଭର୍ତ୍ତି କରିବା ପରେ ଶିଶୁପାଳନ ସଂସ୍ଥା ଦିଶାକୁ ହସ୍ତାନ୍ତର କରିଛି।

ସେହିପରି ମୟୂରଭଞ୍ଜ ବାରିପଦାରେ ଭାରରେ ଗୋଟିଏ ପଟେ ବସ୍ତା ଓ ଅନ୍ୟପଟେ ଛୋଟ ଛୁଆକୁ ବାପା ବୋହି ନେବାର ଦୃଶ୍ୟ ଦେଖିବାକୁ ମିଳିଥିଲା। ସେହିପରି ଆଗ୍ରା ନିକଟରେ ଛୋଟ ଶିଶୁକୁ ଟ୍ରଲିବ୍ୟାଗ୍ ଉପରେ ଶୁଆଇ ତାକୁ ତା ମାଆ ଟାଣି ଟାଣି ନେଉଥିବା ଦେଖିବାକୁ ମିଳିଥିଲା।

The-mother-has-left-her-baby-after-birth
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories