କଟକ : ଏସସିବିକୁ  ଦଲାଲମୁକ୍ତ କରିବାକୁ କମିଶନରେଟ ପୋଲିସର ମିଶନ ଜୋରଦାର । ଗତ କିଛି ଦିନ ଭିତରେ ଏସସିବି ପରିସରରୁ ୯ ଜଣ ଦଲାଲ ଗିରଫ ହେବା ପରେ ଏକ ନର୍ସଂହୋମକୁ ସିଲ୍ କରାଯାଇଛି । ରବିବାର ମଙ୍ଗଳାବାଗ କାଠଗୋଲା ସାହିରେ ଥିବା ଏକ ଘରୋଇ ହସ୍ପିଟାଲ ନାଁରେ ଥାନାରେ ରୋଗୀ ଶୋଷଣର ଅଭିଯୋଗ ହୋଇଥିଲା । ଝାଡ଼ଖଣ୍ଡ ଅଞ୍ଚଳର ଜଣେ ମହିଳା ଗତ ୩୦ ତାରିଖରେ ଗୁରୁତର ଅବସ୍ଥାରେ ଏସସିବି କାଜୁଆଲିଟିରେ ଭର୍ତ୍ତି ହୋଇଥିଲୋ । ତେବେ ସେଠାରେ ଜଣେ ଦଲାଲ ତାଙ୍କୁ ପ୍ରଲୋଭିତ କରି କାଠଗୋଲା ଅଞ୍ଚଳରେ ଥିବା ଅନ୍ନପୂର୍ଣ୍ଣା ନର୍ସିଂହୋମକୁ ପଠାଇ ଦେଇଥିଲେ ।

ସମ୍ପୃକ୍ତ ରୋଗୀଙ୍କର ଦୁଇ ଦିନ ତଳେ ଆଇସିୟରେ ମୃତ୍ୟୁ ହୋଇଯାଇଥିଲେ ମଧ୍ୟ ନର୍ସିଂହୋମ କର୍ତ୍ତୃପକ୍ଷ ରୋଗୀ ବଞ୍ଚିଥିବା କହି ଟଙ୍କା ନେଇ ଚାଲିଥଲେ । ପରିବାର ଲୋକେ ଥାନାରେ ଅଭିଯୋଗ କଲାପରେ ପୋଲିସ ନର୍ସିଂହୋମ କର୍ତ୍ତୃପକ୍ଷଙ୍କ ନାଁରେ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିଲା ପୋଲିସ୍ ।  ସୋମବାର କଟକ ସିଡ଼ିଏମଓ ଏବଂ ପୋଲିସ ମିଳିତ ଭାବରେ ସଂପୃକ୍ତ ନର୍ସିଂହୋମ ରେ ଚଢାଉ କରିଥିଲେ  । ଯାଞ୍ଚ ବେଳେ ବିନା ଲାଇସେନସ ଓ ପ୍ରମାଣପତ୍ରରେ ବେଆଇନ ଭାବରେ ଦୀର୍ଘଦିନ ହେଲା ଏହି ନର୍ସିଂହୋମ ଚାଲଥିବା ଜଣାପଡ଼ିବା ପରେ ସେହି ନର୍ସିଂହୋମକୁ ସିଲ କରିଦିଆଯାଇଛି  ।

Other Stories