ଶକ୍ତି ଦେଖାଇଲା ମାଓବାଦୀ: ଜଙ୍ଗଲ ଭିତରେ ଏନକାଉଣ୍ଟର ବେଳର ଭିଡିଓ ଜାରି

ମାଲକାନାଗିରି: ଗତ ମାର୍ଚ୍ଚ ୨୧ ତାରିଖରେ ଛତିଶଗଡ଼ ସୁକମା ଜଙ୍ଗଲରେ ହୋଇଥିବା ପୋଲିସ-ମାଓବାଦୀ ଏନକାଉଣ୍ଟର ବେଳର ଭିଡିଓ ଜାରି କଲା ସିପିଆଇ ମାଓବାଦୀ ଦଣ୍ଡକାରଣ୍ୟ ସଂଗଠନ। ମୀନପା ଜଙ୍ଗଲରେ ହୋଇଥିବା ଏନକାଉଣ୍ଟର ସମୟ ସହ ତା ପରବର୍ତ୍ତୀ ସମୟର ଚିତ୍ରକୁ ନେଇ ଏକ ୧୨ ମିନିଟ୍ ଅବଧିର ଭିଡିଓ ଜାରି କରିଛି ଦଣ୍ଡକାରଣ୍ୟ ମାଓ ସଂଗଠନ।

ଯେଉଁଥିରେ ଏନକାଉଣ୍ଟର ବେଳେ ଗୁଳି ବିନିମୟ ସହ ପରେ ସହିଦ ଯବାନଙ୍କ ମୃତଦେହ ପଡିଥିବା ବେଳର ଦୃଶ୍ୟ ରହିଛି। ଏହା ପରେ ମାଓବାଦୀ ସଂଘବଦ୍ଧ ହୋଇ ଶକ୍ତି ପ୍ରଦର୍ଶନ କରି ଶୋଭାଯାତ୍ରାରେ ଯାଉଥିବାର ଦୃଶ୍ୟ ମଧ୍ୟ ରହିଛି।

ତାସହିତ ସହିଦ ପୋଲିସ, ଯବାନଙ୍କଠାରୁ ମାଓବାଦୀ ଛଡ଼ାଇ ନେଇଥିବା ଅସ୍ତ୍ରଶସ୍ତ୍ର ବି ପ୍ରଦର୍ଶିତ କରାଯାଇଛି। ଏହି ଭିଡ଼ିଓରେ ମାଓବାଦୀ ଲୋକଙ୍କ ସହ ରହିଥିବା ଓ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ମାଓ ଦମନ ନୀତିକୁ ବିରୋଧ କରୁଥିବାର ସ୍ଲୋଗାନ ମଧ୍ୟ ରହିଛି।

ଉକ୍ତ ଏନକାଉଣ୍ଟରରେ ୩ଜଣ ମାଓ ନେତା ନିହତ ହୋଇଥିବାବେଳେ ୧୯ଜଣ ଯବାନଙ୍କୁ ମାରି ଥିବା ଦାବି କରିଛି ମାଓ ସଂଗଠନ।

You might also like