କୁକୁଡା ଦୋକାନରେ ପଶିଛି କଲରାପତରିଆ ବାଘ

ପାଟଣାଗଡ ଖପ୍ରାଖୋଲ ବ୍ଲକର ରେଙ୍ଗାଲି ଗାଁରେ କଲରାପତରିଆ ବାଘ ଆତଙ୍କ।

ପାଟଣାଗଡ: ପାଟଣାଗଡ ଖପ୍ରାଖୋଲ ବ୍ଲକର ରେଙ୍ଗାଲି ଗାଁରେ କଲରାପତରିଆ ବାଘ ଆତଙ୍କ। ଗାଁ ମୁଣ୍ଡରେ ଥିବା ଏକ କୁୁକୁଡା ଦୋକାନରେ କଲରାପତରିଆ ବାଘ ପଶି ଶହେରୁ ଅଧିକ କୁକୁଡା ମାରି ଖାଇଥିବା ଅଭିଯୋଗ ହୋଇଛି। ଏଥିଯୋଗୁଁ ରେଙ୍ଗାଲି ତଥା ଆଖପାଖ ଅଂଚଳରେ ‌ଭୟର ବାତାବରଣ ସୃଷ୍ଟି ହୋଇଛି ।

ତେବେ ବାଘ ଦୋକାନରେ କେମିତି ପଶିଲା ଓ କେତେ ବେଳେ ପସିଲା ତାହା ନେଇ କୌଣସି ସୂଚନା ମିଳିନାହିଁ । କିନ୍ତୁ ବାଘ ଫସିବା ଘଟଣା ସାମ୍ନାକୁ ଆସିବା ପରେ ସ୍ଥାନୀୟ ଲୋକଙ୍କ ମନରେ ଭୟ ସୃଷ୍ଟି ହୋଇଛି କାରଣ କେତେ ବେଳେ କେଉଁ ସମୟରେ କାହାକୁ ବି ଆକ୍ରମଣ କରିପାରେ ବାଘ ସେନେଇ ଆତଙ୍କିତ ଅବସ୍ଥାରେ ଲୋକେ ।

You might also like