ଭାରତୀୟ ସେନାକୁ ମିଳିବ ଅତ୍ୟାଧୁନିକ ଆର୍ଟିଲେରୀ ଗନ୍

ଚାନ୍ଦିପୁର କ୍ଷେପଣାସ୍ତ୍ର କେନ୍ଦ୍ରରୁ ବ୍ୟବହାରିକ ପରୀକ୍ଷଣ

ଚାନ୍ଦିପୁର: ଭାରତୀୟ ସେନାକୁ ମିଳିବ ଅତ୍ୟାଧୁନିକ ଆର୍ଟିଲେରୀ ଗନ୍। ସମ୍ପୂର୍ଣ୍ଣ ସ୍ୱଦେଶୀ ଜ୍ଞାନ କୌଶଳରେ ନିର୍ମିତ ହୋଇଥିବା ଏହି ଆର୍ଟିଲେରି ଗନର ପରୀକ୍ଷଣ ହୋଇଛି। ବାଲେଶ୍ୱର ଚାନ୍ଦିପୁର କ୍ଷେପଣାସ୍ତ୍ର କେନ୍ଦ୍ରରୁ ଏହାର ବ୍ୟବହାରିକ ପରୀକ୍ଷଣ ହୋଇଛି। ଏହାସହ ଏହାର ଶକ୍ତି ଓ ସାମର୍ଥ୍ୟ ପ୍ରଦର୍ଶନ କରାଯାଇଛି। ATAGS ଶ୍ରେଣୀରେ ନିର୍ମାଣ ହୋଇଛି ଏହି ଗନ୍।

ବିଶ୍ୱରେ ମାତ୍ର କିଛି ରାଷ୍ଟ୍ରଙ୍କ ପାଖରେ ଏହି ଗନ୍ ରହିଛି। ଟ୍ୟାଙ୍କରେ ଏହାକୁ ଖଞ୍ଜି ସ୍ଥଳ, ଜଳ ପଥରେ ଲକ୍ଷ୍ୟଭେଦ କରାଯାଇପାରିବ। ଗତ ତିନି ବର୍ଷ ଧରି ଏହି ଆର୍ଟିଲେରୀ ଗନକୁ ପରୀକ୍ଷା ନିରୀକ୍ଷା ପରେ ପ୍ରସ୍ତୁତ କରାଯାଇଛି। ଏହାକୁ ଅତ୍ୟାଧୁନିକ PSQR ରେଞ୍ଜରେ ସାମିଲ କରାଯିବ। ଆଗାମୀ କିଛି ବର୍ଷ ମଧ୍ୟରେ ଏହାକୁ ବିଶ୍ୱସ୍ତରରେ ଏକ ବଳିଷ୍ଠ ଅସ୍ତ୍ର ଭାବେ ପରିଣତ କରିବାକୁ ଡିଆର୍ଡିଓ ଯୋଜନା ରଖିଛି।

You might also like