• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

ଭୁବନେଶ୍ୱର: ଧାନ ମଣ୍ଡି ସମସ୍ୟା ନେଇ ଆଜି ପୁଣି ଗୃହରେ ହଙ୍ଗାମା କରିଛନ୍ତି ବିଜେପି ଓ କଂଗ୍ରେସ। ମଣ୍ଡି ସମ୍ପର୍କରେ ଆଲୋଚନା ଦାବି କରି ଗୃହରେ ହୋହଲ୍ଲା କରିଥିଲେ ବିରୋଧୀ। ତେବେ ବିରୋଧୀଙ୍କ ହୋହଲ୍ଲା ଭିତରେ ବାଚସ୍ପତିଙ୍କ ରୁଲିଂ ଅନୁଯାୟୀ ଗୃହରେ ଉତ୍ତର ରଖିଛନ୍ତି ଖାଦ୍ୟ ଯୋଗାଣ ଓ ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ। ରାଜ୍ୟରେ ୧୯ ତାରିଖ ସୁଦ୍ଧା ୫୫.୦୩ ଲକ୍ଷ ମେଟ୍ରିକ୍ ଟନ ଧାନ ସଂଗ୍ରହ ହୋଇଛି। ଗତବର୍ଷ ଏହି ଦିନ ସୁଦ୍ଧା ୪୫.୬୧ ଲକ୍ଷ ମେଟ୍ରିକ୍ ଟନ ଧାନ ସଂଗ୍ରହ ହୋଇଥିବା ଗୃହକୁ ତଥ୍ୟ ଦେଇଛନ୍ତି ମନ୍ତ୍ରୀ। ଏହାସହ ଗତବର୍ଷ ଅପେକ୍ଷା ଏ ବର୍ଷ ୨୧ ପ୍ରତିଶତ ଅଧିକ ଧାନ ସଂଗ୍ରହ ହୋଇଛି ବୋଲି ଗୃହରେ ଉତ୍ତର ବି ରଖିଛନ୍ତି ମନ୍ତ୍ରୀ।

ତେବେ ମାର୍ଚ୍ଚ ୩୧ ଧାନ କିଣାର ଶେଷ ତାରିଖ ବୋଲି ମନ୍ତ୍ରୀ ଗୃହକୁ ସୂଚନା ଦେଇଛନ୍ତି। ଏଯାଏ ଚାଷୀଙ୍କ ଆକାଉଣ୍ଟକୁ ୧୦ ହଜାର ୨୮୧ କୋଟି ଟଙ୍କା ପଠାଯାଇଛି। ତେବେ ବିରୋଧୀ ନିଜ ବ୍ୟକ୍ତିଗତ ଏଜେଣ୍ଡା ପାଇଁ ହଟଗୋଳ କରୁଛନ୍ତି ଆମେ ବାହାର ରାଜ୍ୟର ବ୍ୟବସାୟୀଙ୍କର ନୁହେଁ ବରଂ ପଞ୍ଜିକୃତ ଚାଷୀଙ୍କର ଧାନ କିଣିବୁ ବୋଲି କହିଛନ୍ତି ମନ୍ତ୍ରୀ।

ଅନ୍ୟପଟେ ମନ୍ତ୍ରୀଙ୍କ ଉତ୍ତର ନୁହେଁ ମୋସନ ଆକାରରେ ଏହି ପ୍ରସଙ୍ଗରେ ଆଲୋଚନା ପାଇଁ ବିଜେପି ଦାବି କରିଥିବା ବେଳେ କଂଗ୍ରେସ ମଧ୍ୟ ଆଲୋଚନା ଚାହୁଁଛି ବୋଲି ସ୍ପଷ୍ଟ ହୋଇଥିଲା। ତେବେ କଂଗ୍ରେସ ବିଜେପିର ଆଭିମୁଖ୍ୟ ଉପରେ ପ୍ରଶ୍ନ ଉଠାଇଥିବା ବେଳେ ବିଜେପି ମଧ୍ୟ କଂଗ୍ରେସକୁ ଆକ୍ଷେପ କରିଛି। ଉଭୟ ଦଳ ମନ୍ତ୍ରୀଙ୍କ ଉତ୍ତରକୁ ବିରୋଧ କରି ଗୃହରେ ହୋହଲ୍ଲା କରିବାରୁ ବିଧାନସଭାକୁ ଅପରାହ୍ଣ ୪ଟା ଯାଏଁ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି।

ତେବେ ଆଜି ଗୃହ କାର୍ଯ୍ୟ ଆରମ୍ଭରୁ ମଧ୍ୟ ବିରୋଧୀ ଧାନ ମଣ୍ଡି ସମସ୍ୟାରେ ଆଲୋଚନା ଦାବି କରି ହୋହଲ୍ଲା କରିବା ସହ ଚାଷୀଙ୍କ ସମସ୍ୟା ସମ୍ପର୍କିତ ପୋଷ୍ଟର ଓ ବ୍ୟାନର ଦେଖାଇଥିଲେ। ବିରୋଧୀଙ୍କ ହଟଗୋଳ ଯୋଗୁ ଗୃହ ଅଚଳ ହୋଇଥିଲା। କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଛନ୍ତି, ସର୍ବଦଳୀୟ ବୈଠକରେ ହୋଇଥିବା ନିଷ୍ପତ୍ତିରେ କଂଗ୍ରେସ ଏକମତ ନୁହେଁ। ବାଚସ୍ପତି ଗତକାଲି ସର୍ବସମ୍ମତ ବୋଲି କହି ଗୃହକୁ ଭ୍ରମିତ କରିଛନ୍ତି। ଏହାକୁ ପ୍ରତ୍ୟାହାର ନକଲେ କଂଗ୍ରେସ ଆଗକୁ ବାଚସ୍ପତି ଡାକିଥିବା ସର୍ବଦଳୀୟ ବୈଠକରେ ଯୋଗଦେବନାହିଁ ବୋଲି ସେ କହିଛନ୍ତି।

ତେବେ ଗତକାଲି ମଧ୍ୟ ଗୃହରେ ଦେଖିବାକୁ ମିଳିଥିଲା ଧାନ କିଣା ତାତି। ସରକାର କେବଳ କଥାରେ କହୁଛନ୍ତି କାମ ପୂରା ଶୂନ ବୋଲି ଅଭିଯୋଗ ଆଣି ଗୃହରେ ହୋହାଲ୍ଲା କରିଥିଲେ ବିରୋଧୀ।

The-house-could-not-be-moved-and-the-opposition-still-roared
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories