ଚିକିତ୍ସା ନକଲେ କାର୍ଯ୍ୟାନୁଷ୍ଠାନ, ହସ୍ପିଟାଲର ହେବ ଲାଇସେନ୍ସ ରଦ୍ଦ

ଭୁବନେଶ୍ୱର: କୌଣସି ହସ୍ପିଟାଲ ଆଳ ଦେଖାଇ ଚିକିତ୍ସା ନକଲେ କାର୍ଯ୍ୟାନୁଷ୍ଠାନ ହେବ। ଅନ୍ୟ ରୋଗୀଙ୍କୁ ଆଳ ଦେଖାଇ ପଠାଇ ଦେଲେ କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଛନ୍ତି ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ ମହାପାତ୍ର।  ଏପରିକି ସଂପୃକ୍ତ ହସ୍ପିଟାଲର ଲାଇସେନ୍ସ ରଦ୍ଦ କରାଯିବ ଚେତାବନୀ ଦେଇଛନ୍ତି ଅତିରିକ୍ତ ମୁଖ୍ୟ ସଚିବ।

ଏଯାବତ ରାଜ୍ୟକୁ ୧ ଲକ୍ଷ ୩୩ ହଜାର ପ୍ରବାସୀ ପହଞ୍ଚିଲେଣି। ଗଞ୍ଜାମ ଜିଲ୍ଲାକୁ ସର୍ବାଧିକ ୫୫୫୬୭ ଜଣ ପ୍ରବାସୀ ଶ୍ରମିକ ଆସିଛନ୍ତି ବୋଲି ଅତିରିକ୍ତ ମୁଖ୍ୟ ସଚିବ ଶ୍ରୀ ମହାପାତ୍ର କହିଛନ୍ତି।

ସେହିପରି ବାଲେଶ୍ୱରକୁ ୧୧୩୬୮, କଟକକୁ ୮୧୯୮ ଜଣ ଆସିଛନ୍ତି। ପ୍ରବାସୀ ବୃଦ୍ଧିକୁ ଦେଖି ଗଞ୍ଜାମରେ କୋଭିଡ଼ ବେଡ୍‌ ବୃଦ୍ଧି କରାଯିବ। ସେହିପରି ଭଦ୍ରକ, ବାଲେଶ୍ୱର, କେନ୍ଦ୍ରାପଡ଼ାରେ ମଧ୍ୟ ବେଡ୍‌ ସଂଖ୍ୟା ବଢ଼ିବ ବୋଲି ସେ କହିଛନ୍ତି।

ସୂଚନାରୁ ପ୍ରକାଶ, ଆଜି ସୁଦ୍ଧା ରାଜ୍ୟର ୭୩୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିରୁ ୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୯୩ ଜଣ ଆରୋଗ୍ୟ ଲାଭ କରିଛନ୍ତି। ଏବେ ୫୩୮ ଜଣ ବିଭିନ୍ନ କୋଭିଡ୍‌ ହସ୍ପିଟାଲ୍‌ରେ ଚିକିତ୍ସିତ ହେଉଛନ୍ତି। ଏହାଛଡ଼ା ଅନେକ କ୍ୱାରେଣ୍ଟାଇନ୍‌ରେ ରହିଛନ୍ତି। ସେମାନଙ୍କ ପାଇଁ ଖାଇବା ଓ ପିଇବା ବ୍ୟବସ୍ଥା ସରକାର କରିଛନ୍ତି।

You might also like