ହାଜତ ମୃତ୍ୟୁକୁ ନେଇ ଅସନ୍ତୋଷ ପ୍ରକାଶ କଲେ ହାଇକୋର୍ଟ

ପୁରୀ ହାଜତ ମୃତ୍ୟୁକୁ ନେଇ ଅସନ୍ତୋଷ ପ୍ରକାଶ କଲେ ହାଇକୋର୍ଟ

କଟକ: ପୁରୀ ହାଜତ ମୃତ୍ୟୁ ଓ ପୂରା ଘଟଣାର ତଦନ୍ତର ଅଗ୍ରଗତି ନେଇ ଅସନ୍ତୋଷ ପ୍ରକାଶ କଲେ କୋର୍ଟ। ଏହାସହ ପୋଲିସ ବିରୋଧରେ ମାମଲା ରୁଜୁ କରାଯାଇଛି କି ନାହିଁ ତାହା ମଧ୍ୟ ପଚାରିଲେ। କେବଳ ଏତିକି ନୁହେଁ ବରଂ ପୋଲିସଙ୍କ ବିରୋଧରେ ୩୦୨ ଦଫା ଲାଗିଛି କି ନାହିଁ ପଚାରିଲେ ବୁଝିଛନ୍ତି ହାଇକୋର୍ଟ। ଏହାସହ ହାଜତ ମୃତ୍ୟୁରେ ପ୍ରାଣ ହରାଇଥିବା ଯୁବକଙ୍କ ପୋଷ୍ଟମର୍ଟମ ରିପୋର୍ଟ ସହ ନ୍ୟାୟିକ ତଦନ୍ତ ରିପୋର୍ଟ ମଗାଯାଇଥିବା ନେଇ ସୂଚନା ରହିଛି।

ମିଳିଥିବା ସୂଚନା ଅନୁସାରେ, ସ୍ୱାସ୍ଥ୍ୟ ପରୀକ୍ଷା ରିପୋର୍ଟ ଓ ଆକ୍ସନ ଟେକେନ ରିପୋର୍ଟ ବି ମଗାଯାଇଛି। ଏହି ମାମଲାର ପରବର୍ତ୍ତୀ ଶୁଣାଣି ତାରିଖ ମଧ୍ୟରେ ସବୁ ଡକ୍ୟୁମେଣ୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ। ଠିକ୍ ଦିଗରେ ତଦନ୍ତ ଯାଉଛି ନା ନାହିଁ ଦୃଷ୍ଟି ଦେବାକୁ ଏଜିଙ୍କୁ ବି ମିଳିଛି ନିର୍ଦ୍ଦେଶ। ଜାନୁଆରୀ ୧୧ରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ତାରିଖ ଧାର୍ଯ୍ୟ ହୋଇଥିବା ନେଇ ମିଳିଛି ସୂଚନା।
ପୂର୍ବରୁ  ହାଜତ ମୃତ୍ୟୁ ଅଭିଯୋଗ ମାମଲାରେ ରାଜ୍ୟ ସରକାରଙ୍କୁ ନୋଟିସ କରିଥିଲେ ଜାତୀୟ ମାନବାଧିକାର କମିଶନ। ମୁଖ୍ୟ ଶାସନ ସଚିବ ଏବଂ ପୋଲିସ ଡିଜିଙ୍କୁ NHRC ନୋଟିସ ଜାରି କରିଥିଲେ। ୪ ସପ୍ତାହ ମଧ୍ୟରେ ସବିଶେଷ ତଥ୍ୟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଥିଲେ ମାନବାଧିକାର କମିଶନ।

କେଉଁ କାରଣରୁ କେ. ରମେଶଙ୍କର ମୃତ୍ୟୁ ହେଲା ସେ ବିଷୟରେ ସବିଶେଷ ରିପୋର୍ଟ ସହିତ ଅଭିଯୋଗ ଏବଂ ଅଭିଯୁକ୍ତ ନାଁରେ ଦାୟର ହୋଇଥିବା ଏତଲା କପି ଦେବାକୁ କମିଶନ ବି ନିର୍ଦ୍ଦେଶ ଦେଇଥିଲେ।
ପୁରୀ ହାଜତ ମୃତ୍ୟୁ ଅଭିଯୋଗ ମାମଲାରେ ରାଜ୍ୟ ସରକାରଙ୍କୁ ଜାତୀୟ ମାନବାଧିକାର କମିଶନଙ୍କ ନୋଟିସ ପରେ ତ୍ୱରିତ କାର୍ଯ୍ୟାନୁଷ୍ଠାନ ନେଇଥିଲେ ରାଜ୍ୟ ସରକାର। ପୁରୀ ଏସ୍‌ପି ଅଖିଳେଶ୍ୱର ସିଂହଙ୍କୁ ବଦଳିଛନ୍ତି। ପୋଲିସ ମୁଖ୍ୟାଳୟକୁ ଅଖିଳେଶ୍ୱର ସିଂହଙ୍କୁ ବଦଳି କରାଯାଇଥିବା ବେଳେ ସମ୍ବଲପୁର ଏସ୍‌ପି ଦାୟିତ୍ୱରେ ଥିବା କନଓ୍ୱର ବିଶାଲ ସିଂଙ୍କୁ ପୁରୀ ଏସ୍‌ପି ଭାବେ ଦାୟିତ୍ୱ ଦିଆଯାଇଛି।

ସେହିପରି ପୁରୀ ବାସେଳିସାହି ଥାନା ଏସ୍‌ଆଇଙ୍କ ସମେତ ୨ କନଷ୍ଟେବଲ ମଧ୍ୟ ନିଲମ୍ବିତ ହୋଇଛନ୍ତି। ନିଲମ୍ବିତ ଏସ୍‌ଆଇ ବିପ୍ଲବ କୁମାର ପ୍ରଧାନ ଓ ଦୁଇ କନଷ୍ଟେବଲ ଜଗନ୍ନାଥ ସ୍ୱାଇଁ, ବାବୁଲି ବେହେରାଙ୍କୁ ନିଲମ୍ବିତ କରାଯାଇଛି। ଦୁର୍ବ୍ୟବହାର ଓ କର୍ତ୍ତବ୍ୟରେ ଅବହେଳା ପାଇଁ ନିଲମ୍ବିତ କରାଯାଇଥିବା ନେଇ ସୂଚନା ରହିଛି।

ହାଜତମୃତ୍ୟୁ ଘଟଣାର ସିବିଆଇ ତଦନ୍ତ ଦାବି କରିଛି ବିଜେପି। ଗତ ନଭେମ୍ବର ୧୮ରେ ବାଶେଳି ସାହି ଥାନାରେ କେ.ରମେଶଙ୍କ ହାଜତ ମୃତ୍ୟୁ ଘଟଣାକୁ ଚାପି ଦେବାକୁ ଉଦ୍ୟମ ହେଉଥିବା ଅଭିଯୋଗ ଆଣିଥିଲେ ପୁରୀ ବିଧାୟକ ଜୟନ୍ତ ଷଡ଼ଙ୍ଗୀ। ପୋଷ୍ଟମର୍ଟମ ରିପୋର୍ଟରୁ କେ. ରମେଶଙ୍କୁ ମାରି ଦେଇଥିବା ଜଣାପଡ଼ୁଥିବା ସେ କହିଛନ୍ତି ।

ଭାରତୀୟ ଜନତା ପାର୍ଟି ପୁରୀ ଜିଲ୍ଲା ଶାଖା ପକ୍ଷରୁ ପ୍ରେସ୍ ମିଟ କରାଯାଇ ସିବିଆଇ ତଦନ୍ତ କରିବାକୁ ଦାବି ହୋଇଥିଲା । ହେପାଜତ ମୃତ୍ୟ ଘଟଣାରେ ଯେଉଁ ମାନେ ସମ୍ପୃକ୍ତ ସେମାନଙ୍କ ବିରୋଧରେ ୩୦୨ରେ ମାମଲା ରୁଜୁ କାହିଁକି କରାଯାଇନାହିଁ ବୋଲି ବିଜେପି ପ୍ରଶ୍ନ କରିଛି

You might also like