‘OTV’ କର୍ମଚାରୀଙ୍କୁ ଅନ୍ତରୀଣ ସୁରକ୍ଷା ପ୍ରଦାନ କଲେ ହାଇକୋର୍ଟ

ଭୁବନେଶ୍ୱର: କରୋନା ସଂପର୍କିତ କଥାବାର୍ତ୍ତାକୁ ନେଇ ଅଡିଓ ଭାଇରାଲ ମାମଲାରେ OTV କର୍ମଚାରୀଙ୍କୁ ଅନ୍ତରୀଣ ସୁରକ୍ଷା ପ୍ରଦାନ କଲେ ହାଇକୋର୍ଟ। ଏହାସହ ପୋଲିସକୁ ସହଯୋଗ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ଓଡ଼ିଶା ଟେଲିଭିଜନ ଆବେଦନ ଆଧାରରେ ତଦନ୍ତରେ ପୋଲିସକୁ ସହଯୋଗ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏହାସହ OTV କର୍ମଚାରୀଙ୍କୁ ଅନ୍ତରୀଣ ସୁରକ୍ଷା ହାଇକୋର୍ଟ ପ୍ରଦାନ କରିଛନ୍ତି। ଘଟଣାରେ ପୋଲିସ ପଦକ୍ଷେପ ନେଇ OTV ହାଇକୋର୍ଟ ଯାଇଥିଲା।

ପୋଲିସର ରାତି ଅଧିଆ ନୋଟିସକୁ ନେଇ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା ଓଟିଭି। ରାତି ଅଧିଆ ନୋଟିସ, ହାଜର ପାଇଁ ସମନକୁ ନେଇ ଓଟିଭି କୋର୍ଟ ଯାଇଥିଲା। ତେବେ ଏହି ମାମଲାରେ ପୋଲିସକୁ ସର୍ବଦା ଓଟିଭି ସହଯୋଗ କରିଆସିଛି। ଆଗକୁ ମଧ୍ୟ ତଦନ୍ତରେ ସର୍ବଦା OTV ସହଯୋଗ କରିବ।

You might also like