ନଦୀ ପାର ହୋଇ ପତାକା ଉତ୍ତୋଳନ କଲେ ପ୍ରଧାନଶିକ୍ଷକ
ଫୁଲବାଣୀ: ନଦୀ ପାର ହୋଇ ପତାକା ଉତ୍ତୋଳନ କଲେ ପ୍ରଧାନଶିକ୍ଷକ। ଭରା ନଦୀରେ ପଶି, ଜୀବନକୁ ବାଜି ଲଗାଇ ସ୍କୁଲରେ ପହଞ୍ଚିଥିଲେ। ଆଜି ଏପରି କିଛି ଘଟଣା ଘଟିଛି କନ୍ଧମାଳ ଗୁଞ୍ଜିବାଡ଼ି ପଞ୍ଚାୟତ ବଗାଡ଼ି ଗାଁରେ।
ଗାଁ ପ୍ରଧାନଶିକ୍ଷକ ଲାଲୁ କୁମାର ମଲ୍ଲିକ ବଗାଡ଼ି ନଦୀ ପାର କରି ସ୍କୁଲକୁ ପହଞ୍ଚିଥିଲେ। ନଦୀର ଗୋଟିଏ ପଟରୁ ଅନ୍ୟ ପଟକୁ ଯିବା ପାଇଁ ଦଉଡ଼ିର ସାହାଯ୍ୟ ନେଇଥିଲେ। ଆଜି ନୁହେଁ ଗଲା ୧୦ ବର୍ଷ ଧରି ଏପରି ନଦୀ ପାର ହୋଇ ଏପରି ଶିକ୍ଷକ ଯାଉଥିବା ସେ କହିଛନ୍ତି।
ଏନେଇ ଶିକ୍ଷକ କହିଛନ୍ତି, ବର୍ଷା ଦିନ ଆସିଲା ମାତ୍ରେ ସମସ୍ୟା ଆସିଥାଏ। କିନ୍ତୁ ସ୍ୱାଧୀନତା ଦିବସ ଥିବାରୁ ଆମକୁ ଆମର କର୍ତ୍ତବ୍ୟ କରିବାକୁ ହେବ। ନଦୀର ଜଳପତନ ବଢିଥିଲେବି ପତାକା ଉତ୍ତୋଳନ କରିଥିଲି।