• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

ଭୁବନେଶ୍ୱର: ଆଗାମୀ ଦିନରେ କମିପାରେ ବିଜୁଳି ଦର। ବିଜୁଳି ଦର ବୃଦ୍ଧି ପ୍ରସଙ୍ଗରେ ଗୃହରେ ବିବୃତି ରଖିଲେ ଶକ୍ତି ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର। କହିଲେ, ପୁନର୍ବିଚାର ପାଇଁ ରାଜ୍ୟ ସରକାର OERCରେ ଆବେଦନ କରିବେ ଏହାସହ OERC କୁ ପୁନର୍ବିଚାର କରିବାକୁ କହିବେ ବୋଲି ଶକ୍ତିମନ୍ତ୍ରୀ।

ବିଜୁଳି ଦର ବୃଦ୍ଧି ନେଇ ଆଜି ଅଚଳ ହୋଇଥିଲା ବିଧାନସଭା। ଗୃହରେ ଆଜି ଉଭୟ ବିଜେପି ଏବଂ କଂଗ୍ରେସ ସଦସ୍ୟ ପ୍ରତିବାଦ କରିଥିଲେ। ତେବେ ଏପ୍ରିଲ ୪ରୁ ବିଦ୍ୟୁତ୍‌ ଶୁଳ୍କ ୟୁନିଟ୍ ପିଛା ୩୦ ପଇସା ବଢାଇବା ଲାଗି OERCର ନିଷ୍ପତ୍ତିକୁ ଜୋରଦାର ବିରୋଧ କରାଯାଇଥିଲା। ସରକାରଙ୍କ ନିଷ୍ପତ୍ତିକୁ ନେଇ ଉପଭୋକ୍ତାଙ୍କ ଅସନ୍ତୋଷ ବଢୁଥିବା ବେଳେ ରାସ୍ତାକୁ ଓହ୍ଲାଇଥିଲେ ସାମାଜିକ ସଂଗଠନ। ଅଘୋଷିତ ବିଦ୍ୟୁତ୍ କାଟ୍ ଓ ଲୋ ଭୋଲଟେଜ୍ ସମସ୍ୟାରୁ ନିସ୍ତାର ମିଳୁନଥିବା ବେଳେ ଦର ବୃଦ୍ଧି ନିଷ୍ପତ୍ତିକୁ ନେଇ ଉଠିଛି ପ୍ରଶ୍ନ। ସେହିପରି ବିଦ୍ୟୁତ୍ ଶୁଳ୍କ ବୃଦ୍ଧିକୁ ନେଇ ବିରୋଧୀ ସରକାରଙ୍କୁ ଟାର୍ଗେଟ କରିଥିବା ବେଳେ ଜବାବ ରଖିଥିଲା ବିଜେଡି।

ଗଲା କିଛିଦିନ ପୂର୍ବରୁ ରାଜ୍ୟରେ ୟୁନିଟ୍ ପିଛା ୨୦ ପଇସା ବଢିଥିଲା ବିଦ୍ୟୁତ୍ ଶୁଳ୍କ। ଆସନ୍ତା ଏପ୍ରିଲ ୪ରୁ ପୁଣି ବଢିବ ୩୦ ପଇସା ଶୁଳ୍କ। ଓଇଆର୍ସିର ଏଭଳି ନିଷ୍ପତ୍ତିକୁ ନେଇ ତେଜୁଛି ଅସନ୍ତୋଷ। ଉପଭୋକ୍ତାଙ୍କ ଯୁକ୍ତି, ଗତ ମେ ମାସରେ ସରକାର ପ୍ରତିଶ୍ରୁତି ଦେଇଥିଲେ ବିଜୁଳି ଦର ବଢ଼ିବନି। ହେଲେ ଟାଟା ପାଓ୍ୱାର ବିଦ୍ୟୁତ୍ ବିତରଣ ଦାୟିତ୍ୱ ନେବା ପରେ ସରକାର ଅୋବରରେ ହଠାତ୍ ଦର ବଢ଼ାଇଥିଲେ। କରୋନା ମହାମାରୀ ମାଡ଼ରୁ ଅଣ୍ଟା ସଳଖି ଠିଆ ହେବା ଲାଗି ସଂଗ୍ରାମ କରୁଥିବା ସାଧାରଣ ଲୋକଙ୍କ ଲାଗି ଏହା ବେଡି ଉପରେ କୋରଡ଼ା ମାଡ଼ ଭଳି ହୋଇଥିବା ବେଳେ ପୁଣି ଦର ବଢାଇବାକୁ ହୋଇଛି ନିଷ୍ପତ୍ତି। ତେବେ ସରକାର ଯୁକ୍ତି ଦର୍ଶାଇଥିଲେ ଉନ୍ନତ ସେବା ଯୋଗାଣ ଲାଗି ଦର ବଢିବା ଜରୁରୀ।

ତେବେ ବିଜୁଳି ଦର ବଢିଲେ ଅନେକ ଲୋକ ହଇରାଣ ଓ ହରକତ ହେବେ ବୋଲି ବିରୋଧୀ କହିଥିଲ। ଗୋଟିଏ ପଟେ ରାଜ୍ୟରେ ସମସ୍ତ ଅତ୍ୟାବଶ୍ୟକ ସାମଗ୍ରୀର ଦର ହୁ ହୁ ହୋଇ ବଢୁଥିବା ବେଳେ ପୁଣି ଥରେ ବିଜୁଳି ଦର ବଢିବାକୁ ସହଜରେ ଗ୍ରହଣ କରିପାରୁନାହାନ୍ତି ସାଧାରଣ ଲୋକ।

The-govt-will-urge-the-oerc-to-reconsider-the-hike-in-energy-charges-for-the-financial-year-2021-22
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories