ଜ୍ୱର ଓ ଶ୍ୱାସ ତଥ୍ୟ ଲୁଚାଇଲେ ଘରୋଇ ହସ୍ପିଟାଲର ଲାଇସେନ୍ସ ରଦ୍ଦ ହେବ

ଭୁବନେଶ୍ୱର: ସରକାରୀ ହେଉ କି ବେସରକାରୀ ରାଜ୍ୟର କୌଣସି ହସ୍ପିଟାଲରେ ଶ୍ୱାସ ଯନ୍ତ୍ରଣା ଭୋଗୁଥିବା କିମ୍ବା ଫ୍ଲୁ ଆକ୍ରାନ୍ତ ଥାଆନ୍ତି, ତେବେ ସଂପୃକ୍ତ ଡାକ୍ତରଖାନା କର୍ତ୍ତୃପକ୍ଷ ସେମାନଙ୍କ ସମ୍ପର୍କରେ ତୁରନ୍ତ ସରକାରଙ୍କୁ ତଥ୍ୟ ଦିଅନ୍ତୁ ରାଜ୍ୟରେ କରୋନା ଭାଇରସର ଦୃଢ଼ ମୁକାବିଲା ଲାଗି ଆଜି ଏଭଳି  ନିବେଦନ କରିଛନ୍ତି ସୁବ୍ରତ ବାଗଚୀ। ଏହି ନିୟମ ଖିଲାପ କଲେ ସଂପୃକ୍ତ ହସ୍ପିଟାଲ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଚେତାବନୀ ଦିଆଯାଇଛି।

ଯଦି ଘରୋଇ ହସ୍ପିଟାଲ୍ ତଥ୍ୟ ଲୁଚାଇଲେ, ତେବେ କଡ଼ା କାର୍ଯ୍ୟାନୁଷ୍ଠାନ ଅନୁସାରେ ହସ୍ପିଟାଲ ସିଲ୍ କରାଯିବା ସହ ଲାଇସେନ୍ସ ବାତିଲ୍ କରାଯିବ।

ଗତକାଲି ଗୋଟିଏ ଦିନରେ ୧୫ କରୋନା ପଜିଟିଭ ମିଳିବା ପରେ କଣ୍ଟାକ୍ଟ ଟ୍ରେସିଂ କରିବା କଷ୍ଟକର ହୋଇପଡ଼ିଛି। ତେବେ କଣ୍ଟାକ୍ଟ ଟ୍ରେସିଂ ପର୍ଯ୍ୟନ୍ତ ଯାଆନ୍ତୁ ନାହିଁ, ତା’ ପୂର୍ବରୁ ୧୦୪ ହେଲପ ଲାଇନକୁ ନିଜ ଆଡୁ ଫୋନ କରନ୍ତୁ ବୋଲି ନିବେଦନ କରିଛନ୍ତି ରାଜ୍ୟ କୋଭିଡ୍୧୯ ମୁଖପାତ୍ର ସୁବ୍ରତ ବାଗ୍‌ଚୀ। ଡାକ୍ତର କିମ୍ବା ଡାକ୍ତରଖାନା କର୍ମଚାରୀଙ୍କୁ ଉପରେ କୌଣସି ପ୍ରଚାର ପ୍ରକାର ଚାପ ସୃଷ୍ଟି କରନ୍ତୁ ନାହିଁ ।

ରାଜ୍ୟରେ ଏବେ ସୁଦ୍ଧା ଟେଷ୍ଟ ହୋଇଥିବା ୧୩୯୫ଟି ନମୂନାରୁ ୨୦ଟି ପଜିଟିଭ୍ ଆସିଛି। ସେମାନଙ୍କ ମଧ୍ୟରୁ ୨ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଆକ୍ରାନ୍ତଙ୍କ ମଧ୍ୟରୁ ୧୬ ଜଣଙ୍କ ଚିକିତ୍ସା କଟକ ଅଶ୍ୱିନୀ ହସ୍ପିଟାଲ୍ ଜଣଙ୍କର କ୍ୟାପିଟାଲ୍ ହସ୍ପିଟାଲ୍ ଓ ଅନ୍ୟ ଜଣଙ୍କର ଚିକିତ୍ସା ଭୁବନେଶ୍ୱର ଏମ୍ସରେ ଚାଲିଛି। ରାଜ୍ୟର କରୋନା ସ୍ଥିତି ସମ୍ପର୍କିତ ତଥ୍ୟ ଦେଇ ଏହି ସୂଚନା ଦେଇଛନ୍ତି ରାଜ୍ୟ ସରକାରଙ୍କ କୋଭିଡ୍-୧୯ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗ୍‌ଚୀ।

ସେ କହିଛନ୍ତି ଯେ, ଚତୁର୍ଥ ରୋଗୀଙ୍କ ସଂସ୍ପର୍ଶରେ ଆସିଥିବା ୪୨ ଜଣଙ୍କୁ ଚିହ୍ନଟ କରାଯାଇଛି। ସେହିପରି ପଞ୍ଚମ ରୋଗୀଙ୍କ ସଂସ୍ପର୍ଶରେ ୩୮ ଜଣ ଆସିଥିବାବେଳେ ସେମାନଙ୍କ ମଧ୍ୟରୁ ୭ ଜଣ ପଜିଟିଭ୍ ଅଛନ୍ତି ବିଭିନ୍ନ ହସ୍ପିଟାଲ୍‌ ଏବେ ୯୧ ଜଣ ଆଇସୋଲେସନ୍ ଅଛନ୍ତି।

ତେବେ ମାର୍ଚ୍ଚ ୧୫ ତାରିଖରେ ରାଜ୍ୟର ପ୍ରଥମ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ମାର୍ଚ୍ଚ ୧୯ରେ ଦ୍ୱିତୀୟ ଓ ମାର୍ଚ୍ଚ ୨୬ରେ ତୃତୀୟ ପଜିଟିଭ୍ ଭୁବନେଶ୍ୱରରୁ ଚିହ୍ନଟ ହୋଇଥିଲେ।  ଆଉ କ୍ରମାଗତ ଭାବେ ସଂକ୍ରମିତଙ୍କ ସଂଖ୍ୟା ବଢ଼ି ବର୍ତ୍ତମାନ ସୁଦ୍ଧା ୨୦ରେ ପହଞ୍ଚିଛି।

You might also like