ବିଧାନସଭାରେ କୋଭିଡ୍ ତଥ୍ୟ ରଖିଲେ ସରକାର

ସର୍ବାଧିକ ୫୯ କୋଟି ୪୧ ଲକ୍ଷ ଖର୍ଚ୍ଚ ଦର୍ଶାଇଛି କିମ୍ସ ; ମିଳିଛି ୩୮ କୋଟି

କରୋନା ଚିକିତ୍ସା ପାଇଁ ଘରୋଇ ହସ୍ପିଟାଲରେ ଖର୍ଚ୍ଚ ୪୭୯ କୋଟି ୯୦ ଲକ୍ଷ
୪୭୯ କୋଟି ଖର୍ଚ୍ଚ ଦର୍ଶାଇ ଥିବା ବେଳେ ପାଇଛନ୍ତି ୩୪୪ କୋଟି ୫୫ ଲକ୍ଷ
ସର୍ବାଧିକ ଖର୍ଚ୍ଚ ଦର୍ଶାଇଛି କିମ୍ସ ୫୯ କୋଟି ୪୧ ଲକ୍ଷ; ପାଇଛି ୩୮ କୋଟି
୨ୟ ସର୍ବାଧିକ ସମ୍; ଖର୍ଚ୍ଚ ଦର୍ଶାଇଛି ୫୮ କୋଟି ୫୯ ଲକ୍ଷ; ପାଇଛି ୨୮ କୋଟି
ହାଇଟେକ୍: ୩୩ କୋଟି ୩୮ ଲକ୍ଷ; ପାଇଛି ୧୯ କୋଟି ୧୦ ଲକ୍ଷ
କଟକ ଅଶ୍ୱିନୀ: ୩୨ କୋଟି ୩୫ ଲକ୍ଷ; ପାଇଛି ୨୭ କୋଟି ୬୬ ଲକ୍ଷ
ସନ୍ ୭ କୋଟି ୩୦ ଲକ୍ଷ; ପାଇଛି ୭ କୋଟି ୧୯ ଲକ୍ଷ
କଟକ ସଦଗୁରୁ ହସ୍ପିଟାଲ; ଖର୍ଚ୍ଚ ଦର୍ଶାଇଛି ୭ କୋଟି ୫୪ ଲକ୍ଷ, ସବୁ ଟଙ୍କା ପାଇଛି

ଭୁବନେଶ୍ୱର: ବିଧାନସଭାରେ କୋଭିଡ୍ ତଥ୍ୟ ରଖିଛନ୍ତି ସରକାର । ରାଜ୍ୟର ୩୩ ଗୋଟି ବେସରକାରୀ କୋଭିଡ ହସ୍ପିଟାଲରେ ଫେବୃଆରୀ ସୁଦ୍ଧା ହୋଇଥିବା ଖର୍ଚ୍ଚର ହିସାବ ଦେଲା ସ୍ୱାସ୍ଥ୍ୟ ବିଭାଗ । କୋଭିଡ ରୋଗୀଙ୍କ ସମ୍ପର୍କରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀଙ୍କୁ ପ୍ରଶ୍ନ କରାଯାଇଥିଲା । ୧୩ ଫେବୃଆରୀ  ୨୦୨୧ ପର୍ଯ୍ୟନ୍ତ କେତେ ଲୋକଙ୍କର କରୋନା ଟେଷ୍ଟ କରାଯାଇଛି ୧ ସେଥମଧ୍ୟରୁ କେତେ RT-PCR TEST ଓ କେତେ ଜଣଙ୍କର ANTIGEN TEST ହୋଇଛି। ଏ‍‍‍ବେ ସୁଦ୍ଧା କେତେଜଣ ଚିକିତ୍ସିତ ହେଉଛନ୍ତି, ଆଉ କେତେଜଣ ମହାମାରୀରେ ମୃତ୍ୟୁବରଣ କରିଛନ୍ତି ତାହାର ତଥ୍ୟ ମଗାଯାଇଥିଲା । ୩୩ ଗୋଟି ବେସରକାରୀ ହସ୍ପିଟାଲ ୪୭୯ କୋଟି ୯୦ ଲକ୍ଷ ଟଙ୍କା ଖର୍ଚ୍ଚ କରିଥିବା ଦାବି କରିଛି । ଆଉ ସରକାର ୩୪୪ କୋଟି ୫୫ ଲକ୍ଷ ଟଙ୍କା  ପ୍ରଦାନ କରିଛନ୍ତି ।

 

ଏସବୁ ପ୍ରଶ୍ନର ଉତ୍ତରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବକିଶୋର ଏହାର ଉତ୍ତର ରଖିଛନ୍ତି । ଫେବୃଆରୀ ୧୩ , ୨୦୨୧ ସୁଦ୍ଧା ୮୦୨୩୯୭୮ ଜଣଙ୍କର କରୋନା ଟେଷ୍ଟ କରାଯାଇଛି । ସେଥିମଧ୍ୟରୁ ୧୬୯୭୨୩୪ଟି ଆରଟିପିସିଆର ଟେଷ୍ଟ ଓ ୬୨୯୯୭୧୭ଟି ଆଣ୍ଟିଜେନ ଟେଷ୍ଟ ହୋଇଛି । ଏହାସହ ମୋଟ ୩୩୬୧୭୪ ଲୋକ କରୋନା ସଂକ୍ରମିତ ହୋଇଥିବା ବେଳେ , ସେଥିମଧ୍ୟରୁ ୩୩୩୪୫୧ ଜଣ ଲୋକ ସୁସ୍ଥ ହୋଇଛନ୍ତି ଏବଂ ୧୯୧୦ ଲୋକେ କରୋନାରେ ପ୍ରାଣ ହରାଇଛନ୍ତି।

ରାଜ୍ୟରେ କୋଭିଡ଼ ମୁକାବିଲା ପାଇଁ ୩୦ଟି ସରକାରୀ ଓ ୩୩ଟି ବେସରକାରୀ  ହସ୍ପିଟାଲ ଖୋଲାଯାଇଛି। ବେସରକାରୀ  ହସ୍ପିଟାଲ ମଧ୍ୟରୁ ସର୍ବାଧିକ ଖର୍ଚ୍ଚ ଦର୍ଶାଇଛି କିମ୍ସ ହସ୍ପିଟାଲ । କିମ୍ସ ହସ୍ପିଟାଲ ମୋଟ ୫୯ କୋଟି ୪୧ ଲକ୍ଷ ଖର୍ଚ୍ଚ ହୋଇଥିବା ବେଳେ ମିଳିଛି ୩୮ କୋଟି । ସେହିପରି ସମ୍ ହସ୍ପିଟାଲ ୨ୟ ସର୍ବାଧିକ ଖର୍ଚ୍ଚ ଦର୍ଶାଇଛି । ୫୮ କୋଟି ୫୯ ଲକ୍ଷ ଖର୍ଚ୍ଚ ଦର୍ଶାଇଥିବା ସମ୍ ହସ୍ପିଟାଲକୁ ମିଳିଛି ୨୮ କୋଟି । ହାଇଟେକ୍ ହସ୍ପିଟାଲ ୩୩ କୋଟି ୩୮ ଲକ୍ଷ ଖର୍ଚ୍ଚ ଦର୍ଶାଇଥିବା ପାଇଛି ମାତ୍ର ୧୯ କୋଟି ୧୦ ଲକ୍ଷ । କଟକ ଅଶ୍ୱିନୀରେ ୩୨ କୋଟି ୩୫ ଲକ୍ଷ ହୋଇଥିବା କୁହାଯାଇଛି, ଆଉ ମିଳିଛି ୨୭ କୋଟି ୬୬ ଲକ୍ଷ । ସନ୍ ହସ୍ପିଟାଲ ୭ କୋଟି ୩୦ ଲକ୍ଷ ଖର୍ଚ୍ଚ ଦର୍ଶାଇଥିବା ବେଳେ ତାକୁ ମିଳିଛି ୭ କୋଟି ୧୯ ଲକ୍ଷ । ସେହିପରି କଟକ ୭ କୋଟି ୫୪ ଲକ୍ଷ ଖର୍ଚ୍ଚ ଦର୍ଶାଇଛି ସଦଗୁରୁ ହସ୍ପିଟାଲ ଆଉ ତାକୁ ମିଳିଛି ମାତ୍ର ୫୪ ଲକ୍ଷ ଟଙ୍କା।

ସେପଟେ କଟକ ମହାନଗର ନିଗମ ପାଇଁ ସରକାର କେତେ କୋଭିଡ୍ ବାବଦରେ ଖର୍ଚ୍ଚ କରିଛନ୍ତି, ସେନେଇ କଂଗ୍ରେସ ବିଧାୟକ ମହମ୍ମଦ ମୋକିମ୍ ପ୍ରଶ୍ନ ପଚାରିଥିଲେ । ଏହାର ଉତ୍ତର ରଖିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ କୋଭିଡ୍ ଆକ୍ରାନ୍ତ ହୋଇଥିବା ପ୍ରତି ଲୋକ ପିଛା ଏଯର୍ଯ୍ୟନ୍ତ ୧୬ ହଜାର ୨୩୯ ଟଙ୍କା ଖର୍ଚ୍ଚ ହୋଇଥିବା ନବ ଦାସ ଲିଖିତ ଉତ୍ତର ଦେଇଛନ୍ତି । ଘରୋଇ ହସ୍ପିଟାଲ ଗୁଡିକୁ ୨୪ କୋଟି ୮୬ ଲକ୍ଷ ୧୬ ହଜାର ୧୧୪ ଟଙ୍କା ଦିଆଯାଇଛି । କେବଳ କଟକ ମହାନଗର ନିଗମକୁ ୨୬ କୋଟି ୭୪ ଲକ୍ଷ ୫୨ ହଜାର ୮୬୮ ଟଙ୍କା ଦିଆଯାଇଥିବା ସ୍ୱାସ୍ଥ୍ୟମନ୍ତ୍ରୀ ଉତ୍ତର ରଖିଛନ୍ତି ।

 

You might also like