ଟିକା ଆସିବା ପୂର୍ବରୁ ସଜବାଜ ସରକାର, ଏମିତି ଭାବରେ ଲୋକଙ୍କୁ ଦିଆଯିବ ଟିକା

ଭୁବନେଶ୍ୱର: କେମିତି ଦିଆଯିବ କରୋନା ଟୀକା? ଆସନ୍ତା ଜାନଆରୀରେ ଦେଶରେ କରୋନା ଟୀକା ମିଳିବା ସମ୍ଭାବନା ଥିବାରୁ ଟୀକାକରଣ ପ୍ରକ୍ରିୟାକୁ ନେଇ ତତ୍ପର ହୋଇପଡିଛନ୍ତି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର। କେଉଁମାନଙ୍କୁ ପ୍ରଥମେ ଟୀକା ଦିଆଯିବ ଓ କିଭଳି ଦିଆଯିବ ସେନେଇ କେନ୍ଦ୍ର ସରକାର ବିସ୍ତୃତ ଗାଇଡଲାଇନ ଜାରି କରିସାରିଛନ୍ତି। ଟୀକା ପାଇଁ ପଂଜିକରଣକୁ ବାଧ୍ୟତାମୂଳକ କରାଯାଇଛି। ଏପଟେ ରାଜ୍ୟ ସରକାର ମଧ୍ୟ ଟୀକାକରଣର ସଫଳତା ଲାଗି ଆବଶ୍ୟକ ପଦକ୍ଷେପ ଗ୍ରହଣ କରିଛନ୍ତି। ଟୀକାଦାନ ପ୍ରକ୍ରିୟା କିଭଳି ସୁରୁଖୁରୁରେ ଚାଲିବ ସେଥିଲାଗି ବ୍ଲକରୁ ଜିଲ୍ଲାସ୍ତର ପର୍ଯ୍ୟନ୍ତ ଟାସ୍କଫୋର୍ସ ଗଠନ କରାଯାଇଛି।

ଆସନ୍ତା ଜାନୁୟାରୀରୁ ଦେଶରେ ଉପଲବ୍ଧ ହୋଇପାରେ କୋରନା ଟିକା। ସେ ଦୃଷ୍ଟିରୁ କିଭଳି ସୁରୁଖୁରରେ ଟୀକାକରଣ ପ୍ରକ୍ରିୟା ଆରମ୍ଭ ହେବ ସେନେଇ ପ୍ରସ୍ତୁତି ଆରମ୍ଭ କରିଛନ୍ତି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର। ଟୀକାକରଣ ଲାଗି କେନ୍ଦ୍ର ସରକାର ଗାଇଡଲାଇନ୍ ବି ଜାରି କରିଛନ୍ତି। କରୋନା ଟିକା ପାଇଁ ପଂଜିକରଣକୁ ବାଧ୍ୟତାମୂଳକ କରାଯାଇଛି। www.cowin.gov.in and www.app.cowin.gov.inରେ ପଂଜିକରଣ କରିହେବ ଭୋଟ ପରିଚୟପତ୍ର , ଆଧାର କାର୍ଡ, ଡ୍ରାଇଭିଂ ଲାଇସେନସ୍ ଓ ପାସପୋର୍ଟ ଭଳି ୧୨ ପ୍ରକାର ଡକ୍ୟୁମେଣ୍ଟ ସହାୟତାରେ ଏହି ପଂଜିକରଣ କରାଯାଇପାରିବ।

ଯେଉଁମାନେ ନାଁ ପଂଜିକୃତ କରିଥିବେ ସେମାନେ ହିଁ ଟୀକା ପାଇବେ, ଟୀକା ଦାନ କେନ୍ଦ୍ରରେ ସ୍ପଟ୍ ପଂଜିକରଣ ବ୍ୟବସ୍ଥା ରହିବ ନାହିଁ। ପ୍ରଥମ ପର୍ଯ୍ୟାୟରେ ସ୍ୱାସ୍ଥ୍ୟ କର୍ମୀ, କରୋନାର ସମ୍ମୁଖ ଯୋଦ୍ଧା, ବୟସ୍କ ବ୍ୟକ୍ତି ଓ ଗୁରୁତର ରୋଗ ପୀଡିତଙ୍କୁ ଟୀକା ପ୍ରଦାନ କରାଯିବ। ଗୋଟିଏ ସେଣ୍ଟରରେ ଦିନକୁ ୧୦୦ରୁ ୨୦୦ ଜଣକୁ ଭ୍ୟାକସିନ୍ ଦିଆଯିବ। ଏଥିପାଇଁ ପ୍ରଶିକ୍ଷିତ ସ୍ୱାସ୍ଥ୍ୟ କର୍ମୀ ଓ ଟୀକାଦାନ କେନ୍ଦ୍ରଗୁଡିକର ଚୟନ ଶେଷ ହୋଇଛି। ରାଜ୍ୟରେ ଟୀକାରଣର ସୁପରିିଚାଳନା ଲାଗି ସିଟି, ବ୍ଲକ, ଜିଲ୍ଲା ଓ ରାଜ୍ୟ ସ୍ତରୀୟ ଟାସ୍କ ଫୋର୍ସ ସହ ଏକ ଷ୍ଟିୟରିଂ କମିଟି ଗଠନ କରାଯାଇଛି।

ଓଡିଶାରେ ପ୍ରଥମ ପର୍ଯ୍ୟାୟରେ ୩ ଲକ୍ଷ ୧୭ ହଜାର ସ୍ୱାସ୍ଥ୍ୟ କର୍ମୀଙ୍କୁ ଟୀକା ଦିଆଯିବ। ୨୯ହଜାର ୨୭୬ କେନ୍ଦ୍ରରେ ଏହି ଟୀକାକରଣ ହେବ ଓ ଏଥିରେ ୮ହଜାର ୨୭୬ ଟୀକା କର୍ମୀ ନିୟୋଜିତ ହେବେ। ସେହିପରି ଟୀକା ସଂରକ୍ଷଣ ଲାଗି ୧ହଜାର ୨୨୨ କୋଲଡ ଚେନ୍ ପଏଣ୍ଚକୁ ବ୍ୟବହାର କରାଯିବ। ଟୀକା ନେବା ଆଣିବା ପାଇଁ ୧୭୯୬ILR ଓ ୧୭୭୧ ଡିଫ୍ରିଜର୍ ର ବ୍ୟବସ୍ଥା କରାଯାଇଛି।

ଓଡ଼ିଶାରେ ଗୋଟିଏ ରାଜ୍ୟ ସ୍ତରୀୟ ଭ୍ୟାକସିନ ଷ୍ଟୋର ଥିବାବେଳେ ୯ଟି ଆଚଂଳିକ ଓ ୩୨ଟି ଜିଲ୍ଲାସ୍ତରୀୟ ଭ୍ୟାକସିନ୍ ଷ୍ଟୋର ରହିଛି। ଟୀକାକରଣ ଲାଗି ପ୍ରତିକେନ୍ଦ୍ରରେ ୫ ଜଣ ଭ୍ୟାକସିନେଟରସ ରହିବେ। ସେହିପରି ପ୍ରତି କେନ୍ଦ୍ରରେ ୱେଟିଂ ରୁମ୍, ଭ୍ୟାକସିନ୍ନେସନ୍ ରୁମ୍ ଓ ଅବଜରଭେସନ୍ ରୁମ୍ ଏଭଳି ତିନିଟି କୋଠରୀ ରହିବ। ଟୀକା ନେବା ପରେ ସ୍ୱାସ୍ଥ୍ୟବସ୍ଥା ନିରୀକ୍ଷଣ ଲାଗି ସଂପୃକ୍ତ ବ୍ୟକ୍ତିକୁ ୩୦ ମିନିଟ ପାଇଁ ଟୀକାକରଣ କେନ୍ଦ୍ରରେ ରହିବାକୁ ପଡିବ। ପ୍ରତି ବ୍ୟକ୍ତିଙ୍କୁ ଭ୍ୟାକସିନର ଦୁଇଟି ଡୋଜ୍ ନେବାକୁ ପଡିବ ଉଭୟ ଡୋଜ୍ ସମାନ କଂପାନିର ହୋଇଥିବା ଆବଶ୍ୟକ। ପ୍ରଥମ ଡୋଜର ୨୧ରୁ ୩୦ ମଧ୍ୟରେ ତ୍ୱିତୀୟ ଡୋଜ୍ ନେବାକୁ ପଡିବ।

You might also like