କିଛି ଦିନ ଭିତରେ ବନ୍ୟା ସ୍ଥିତିରେ ଆସିବ ସୁଧାର

ଭୁବନେଶ୍ୱର: ବନ୍ୟା ସ୍ଥିତିରେ ସୁଧାର ପାଇଁ ଆଉ ୪ ଦିନ ଲାଗିବ। ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଜ୍ୟୋତିର୍ମୟ ରଥ ଏହି ସୂଚନା ଦେଇଛନ୍ତି।

ବନ୍ୟା ସ୍ଥିତି ନେଇ ସର୍ବୋଚ୍ଚ ଯନ୍ତ୍ରୀ କହିଛନ୍ତି, ମହାନଦୀ ଉପର ମୁଣ୍ଡରେ ଆଉ ବର୍ଷା ହେଉନାହିଁ। କାଲି ହୀରାକୁଦକୁ ୯ ଲକ୍ଷ କ୍ୟୁସେକ୍‌ ଜଳ ପ୍ରବେଶ କରୁଥିଲା ଓ ୪୬ଟି ଗେଟ୍ ଖୋଲାଥିଲା। ଏବେ ୫ ଲକ୍ଷ କ୍ୟୁସେକ୍ ଜଳ ପ୍ରବେଶ କରୁଛି। ୩୬ ଗେଟ୍‌ରେ ୬ ଲକ୍ଷ କ୍ୟୁସେକ୍‌ ଜଳ ଛଡ଼ାଯାଉଛି।

ସେ ଆହୁରି କହିଛନ୍ତି, ଏବେ ସୁଦ୍ଧା ରାଜ୍ୟରେ ୩୬ଟି ଘାଇ ସୃଷ୍ଟି ହୋଇଛି। ଆହୁରି ବହୁତ ଘାଇ ସୃଷ୍ଟି ହୋଇଥାନ୍ତା, କିନ୍ତୁ ଅନୁଭୂତି ସମ୍ପନ୍ନ ଅଫିସରଙ୍କ ପାଇଁ ଏହା କମିଛି। ମହାନଦୀ ସିଷ୍ଟମରେ ୫ଟି ଘାଇ ହୋଇଛି। ତେବେ ସ୍ଥିତି ସୁଧୁରିବାକୁ ୪ ଦିନ ଲାଗିବ।

ଅନ୍ୟପକ୍ଷରେ, ଯାଜପୁର ଜିଲ୍ଲା ରମାପୁର ଓ ବୁଦ୍ଧ ଲିଙ୍ଗ ଗାଁ ମଧ୍ୟରେ କେଲୁଅ ନଦୀରେ ଡିନାମାଇଟ ଲଗାଯାଇ ଘାଇ ସୃଷ୍ଟି କରାଯାଇଥିବା ଅଭିଯୋଗକୁ ନେଇ ସର୍ବୋଚ୍ଚ ଯନ୍ତ୍ରୀ କହିଛନ୍ତି, ଏହି ଘଟଣା ସମ୍ପର୍କରେ ଏତଲା ଦିଆଯିବା ସହ ଜିଲ୍ଲା ପ୍ରଶାସନ ପଦକ୍ଷେପ ନେଉଛି।

ଆହୁରି ପଢ଼ନ୍ତୁ

ଓଡ଼ିଶାରେ କୋଭିଡ୍‌ ପରିଚାଳନାକୁ ନେଇ ପ୍ରଶ୍ନ ଉଠାଇଲେ ବିଜେଡି ବିଧାୟକ

ଦିନକରେ ଓଡ଼ିଶାରେ ୧୪ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ

ଓଡ଼ିଶାରେ କରୋନା ସ୍ଥିତି: ୨୪ ଘଣ୍ଟାରେ ଚିହ୍ନଟ ହେଲେ ୩,୯୨୨ ପଜିଟିଭ୍‌

ଅକ୍ଟୋବରରୁ ଓଡ଼ିଶାର ସମସ୍ତ ପର୍ଯ୍ୟଟନସ୍ଥଳୀ ଖୋଲିବାକୁ ଯୋଜନା

ସମ୍ପର୍କୀୟଙ୍କ ସହ ମିଶି ପତ୍ନୀଙ୍କୁ ମାଡ଼ ମାରିଲେ ଡେପୁଟି କଲେକ୍ଟର

JEE Advanced 2020: କୋଭିଡ୍‌ ଗାଇଡ୍‌ଲାଇନ୍ସ ପାଳନ କରି ହେବ ପରୀକ୍ଷା

ଗ୍ୟାସ ସିଲିଣ୍ଡର ସଜାଡ଼ୁଥିବା ବେଳେ ହଠାତ୍ ଲାଗିଲା ନିଆଁ; ୬ ଗୁରୁତର

ବିଧାନସଭା ଅଧିବେଶନରେ ସରକାରଙ୍କୁ ଘେରିବାକୁ ବିଜେପିର ରଣନୀତି

ସୁସ୍ଥ ହେଲେ ୪୭୬୧ କରୋନା ଆକ୍ରାନ୍ତ

ରାଜନେତାଙ୍କ ଅପରାଧିକ ମାମଲାର ତଥ୍ୟ ଦିଅ: ହାଇକୋର୍ଟ

ଭୁବନେଶ୍ୱର ମହାନଗର ଅଞ୍ଚଳରୁ ଆଉ ୩୧୯ ପଜିଟିଭ୍ ଚିହ୍ନଟ

ବୈଜୟନ୍ତ ପୁଣି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ

You might also like