ବାହା ହେବାକୁ ଯାଉଥିଲେ ୫ ଝିଅର ବାପା, ପୁଲିସ୍ ଦେଖି…

ବଲାଙ୍ଗିର: ୫ଟି ଝିଅର ବାପା, ହେଲେ ପୁଅଟିଏ ପାଇଁ ପୁଣି ଜଣେ ଯୁବତୀଙ୍କୁ ବିବାହ କରିବାକୁ ଯାଉଥିଲେ। ହେଲେ କନ୍ୟା ଘରେ ୫ ଝିଅ ସହ ପହଞ୍ଚିଗଲେ ପତ୍ନୀ। ପଣ୍ଡ ହେଲା ଦ୍ୱିତୀୟ ବିବାହ ଉଦ୍ୟମ। କନ୍ୟା ଘରେ ପୋଲିସ ପହଞ୍ଚି ତନାଘନା କରିବା ଖବର ପାଇ ବର ଫେରାର୍ ହୋଇଯାଇଛନ୍ତି। ଏଭଳି ଏକ ଘଟଣା ଘଟିଛି ବଲାଙ୍ଗିର ସହରର ଶାନ୍ତିପଡା ଅଞ୍ଚଳରେ।

ବଲାଗିଂର ଜିଲ୍ଲା ଦେଓଗାଁ ରେଲେଓ୍ୱ ଷ୍ଟେସନ ନିକଟରେ ରହୁଥିବା ଚକ୍ରଧର କୁମ୍ଭାର ପୂର୍ବରୁ ବିବାହ କରିଥିବା ବେଳେ ତାଙ୍କର ପାଞ୍ଚଟି ଝିଅ ଅଛନ୍ତି। ପୁଅଟିଏ ଜନ୍ମ ହେଲାନାହିଁ ବୋଲି ପୁଣି ଜଣେ ଝିଅକୁ ଦ୍ୱିତୀୟ ବାହା ହେବା ପାଇଁ ଯୋଜନା କଲେ ଚକ୍ରଧର।

ଗତକାଲି ସେ ବରଯାତ୍ରୀ ଧରି ଶାନ୍ତିପ଼ଡାକୁ ଆସୁଥିଲେ କିନ୍ତୁ ତା ଆଗରୁ ଘଟଣା ସଂର୍ପକରେ ଜାଣିଗଲେ ଚକ୍ରଧରଙ୍କ ସ୍ତ୍ରୀ। ୫ ଝିଅଙ୍କୁ ଧରି ସିଧା ବଲାଙ୍ଗିର ଟାଉନ ଥାନାରେ ପହଞ୍ଚିଗଲେ।

ଥାନାରେ ଅଭିଯୋଗ ପରେ ପୋଲିସ କନ୍ୟା ଘରେ ପହଞ୍ଚିଥିଲା। ସେ ସମୟରେ ଝିଅ ଘର ଲୋକେ ଘର ସମ୍ମୁଖରେ ବରକୁ ସ୍ୱାଗତ କରିବା ପାଇଁ କଳସ ବସାଇ ଦୀପ ଜାଳୁଥିଲେ କିନ୍ତୁ ପୋଲିସକୁ ଦେଖି ସେମାନଙ୍କ ଅକଲ ଗୁଡୁମ ହୋଇଯାଇଥିଲା।

ବରଯାତ୍ରୀରେ ଆସୁଥିବା ଚକ୍ରଧର ଅଧା ରାସ୍ତାରୁ ଶିଶୁପାଳ ହୋଇ ଫେରାର ମାରିଲେ। ଚକ୍ରଧର ନିଜ ନାଁ କୁ ବଦଲାଇ ଚନ୍ଦନ ନାଁ ରେ ବାହା ହେଉଥିବା ଜଣାପଡିଛି। ଝିଅ ଘର କାନ୍ଥରେ ମଧ୍ୟ ଚନ୍ଦନ ସହିତ ଝିଅର ନାଁ ଲେଖାଯାଇଛି। ପୋଲିସ ପୁରା ଘଟଣାର ତଦନ୍ତ କରୁଥିବା ବେଲେ,ଚକ୍ରଧରକୁ ଖୋଜୁଛି ପୋଲିସ।

ଆହୁରି ପଢ଼ନ୍ତୁ

ବଦଳିବ ଭୁବନେଶ୍ୱର ମାନଚିତ୍ରର ରୂପରେଖ, ୩ଟି ଜୋନକୁ ନେଇ ହେବ ଐତିହ୍ୟ ଜିଲ୍ଲା

ଭୁବନେଶ୍ୱର ନାବାଳିକା ନିର୍ଯାତନା ଅଭିଯୋଗ ମାମଲାରେ ବାଟବଣା ହେଉଛି କି ତଦନ୍ତ?

ରାଜ୍ୟର ସବୁ କୋଭିଡ୍‌ ହସ୍ପିଟାଲରେ ହେଲ୍‌ପ ଡେସ୍କ ବାଧ୍ୟତାମୂଳକ

ଦିନକରେ ୩୮୩୪ କରୋନା ଆକ୍ରାନ୍ତ ହେଲେ ସୁସ୍ଥ

କରୋନା ଆକ୍ରାନ୍ତ ଗର୍ଭବତୀ କେମିତି ନେବେ ଯତ୍ନ? ପରାମର୍ଶ ଦେଲେ ବିଶେଷଜ୍ଞ

ନିଜ କର୍ମଚାରୀଙ୍କୁ ଚିହ୍ନଟ କରିପାରୁନି କି ପୋଲିସ?

ପୁଣିଥରେ ମହିଳା କମିଶନଙ୍କ ନିକଟରେ ହାଜର ହେବା ପାଇଁ ଓଟିଭି ଏମଡିଙ୍କୁ ସମନ

ଭୁବନେଶ୍ୱରରେ କମୁଛି ଆକ୍ରାନ୍ତଙ୍କ ସଂଖ୍ୟା, ଆଜି ୩୪୫ ପଜିଟିଭ୍ ଚିହ୍ନଟ

ଏଥର କେମିତି ବସିବ ବିଧାନସଭାର ମୌସୁମୀ ଅଧିବେଶନ, ଜାଣନ୍ତୁ

+୨ ନାମ ଲେଖା ଅବଧି ବଢ଼ିଲା

ଚାହୁଁ ଚାହୁଁ ଜଳିଗଲା ଚଳନ୍ତା କାର୍

ଘରୁ ମିଳିଲା ନାବାଳିକାର ଅର୍ଦ୍ଧଦଗ୍ଧ ମୃତଦେହ

You might also like