ଝିଅର ଚିକିତ୍ସା ପାଇଁ ବାପା ସାଜିଲେ ଦିନ ମଜୁରିଆ, ଆପଣାଇଲେ ଭିକ୍ଷାବୃତ୍ତି

ସୁବର୍ଣ୍ଣପୁର(ଦିଲ୍ଳିପ କୁମାର ସାହୁ): ଜୀବନରେ ସବୁବେଳେ ସୁଖ ଦୁଃଖ ଲାଗି ରହିଥାଏ । ହେଲେ କଥାରେ ଅଛି ଦୁଃଖ ଯେତେବେଳେ ଆସେ ଏକା ଥରକେ ବନ୍ଧୁ ପରିଜନଙ୍କୁ ସାଙ୍ଗରେ ନେଇ ଆସେ । ଗୋଟିଏ ପରିବାର ଯଦି ଆଜି ଦୁଃଖ ଦୁର୍ଦଶାରେ ଦିନ କାଟୁଛି ସେହି ପରିବାର କାଲିକି ସୁଖ ସମୃଦ୍ଧି ଭୋଗ କରୁନଥିବ ବୋଲି କିଛି ମାନେ ନାହିଁ । ଆଉ ଆଜି ଯିଏ ହସ ଖୁସିରେ ପରିବାର ଚଳାଉଛି କାଲି ତା’ଉପରେ ଦୁଃଖର ପାହାଡ଼ ଲଦି ହେବାର ମଧ୍ୟ ଦେଖାଯାଇଛି । ଠିକ୍ ଏମିତି ଏକ ଦୁଃଖଦ କାହାଣୀ ହେଉଛି ସୁବର୍ଣ୍ଣପୁର ଜିଲ୍ଲା ବିନିକା ଚରଦାର ଦଲ ସେଟଙ୍କ ବାସ୍ତବ ଜୀବନ ।

ବାପା-ମାଆ ଓ ଦୁଇ ଝିଅଙ୍କୁ ନେଇ ଚାଲିଥିଲା ସୁଖର ସଂସାର । ବେଶ୍ ହସଖୁସିରେ କଟୁଥିଲା ଜୀବନ । ହେଲେ ହଠାତ୍ ଏହି ପରିବାର ପ୍ରତି ମାଡ଼ି ଆସିଲା ଦୁଃଖର କଳାବାଦଲ । ସାନଝିଅ ରୁପାଲି କିଡନୀ ରୋଗରେ ଆକ୍ରାନ୍ତ ହୋଇ ଆଖି ବୁଜିଲା । ଆଉ ଏହାର ବର୍ଷକ ପରେ ଏବେ ବଡଝିଅ ସୋନାଲି (୧୩) ସେହି କିଡନୀ ରୋଗରେ ହିଁ ଆକ୍ରାନ୍ତ ହୋଇ ଶଯ୍ୟାସାୟୀ । ଖେଳିବା ବୁଲିବା ବୟସରେ ଝିଅ ପଡ଼ିଛି ଖଟିଆରେ । ଦଲ୍ ସେଟଙ୍କ କହିବାନୁଯାୟୀ ଗତ ତିନିମାସ ହେଲା ଏବେ ରୁପାଲୀ ଶଯ୍ୟାସାୟୀ ।

ସାନ ଝିଅ ରୁପାଲି କିଡନୀ ରୋଗର ପଡ଼ିବା ପରେ ବାପା ଦଲ୍ ସେଟଙ୍କ ଯାହା ସମ୍ବଳ ଥିଲା ଝିଅକୁ ଭଲ କରିବା ପାଇଁ ର୍ଖଚ୍ଚ କରିଥିଲେ । ହେଲେ ଝିଅକୁ ବଞ୍ଚାଇ ପାରିନଥିଲେ । ଆଉ ଏବେ ବଡ଼ ଝିଅ ସୋନାଲି ପଛରେ ସବୁ ଖର୍ଚ୍ଚ କରିସାରିବା ପରେ, ପରିବାରର ଦୁଃଖ କହିଲେ ନସରେ । ଓଳିଏ ଖାଇଲେ ଓଳିଏ ଉପାସ ରହୁଛି ପୁରା ପରିବାର । ବାପା ଗୋଟିଏ ଓଳା ଦିନ ମଜୁରିଆ ଭାବେ ଖଟି ପରିବାର ପ୍ରତିପୋଷଣ କରୁଥିବା ବେଳେ ଆର ଓଳା ଝିଅର ଚିକିତ୍ସା ପାଇଁ ଗାଁ ଗାଁ ବୁଲି ଭିକ୍ଷା ମାଗି ଅର୍ଥ ସଂଗ୍ରହ କରୁଛନ୍ତି ।

ପାଖରେ ଯାହା ସମ୍ବଳ ଥିଲା ପ୍ରଥମେ ରୁପାଲି ଏବଂ ପରେ ସୋନାଲିକୁ ଭଲ କରିବା ପାଇଁ ସୋନପୁର, ବୁର୍ଲା ଏବଂ କଟକ ବଡ଼ମେଡିକାଲକୁ ନେଇ ଚିକିତ୍ସା କରିସାରିଛନ୍ତି । ପଲିଥିନ ଟଣା ଭଙ୍ଗା ଦଦରା ଝାଟିମାଟି କୁଡିଆ ଘରେ ରୁହନ୍ତି ଏହି ତିନିପ୍ରାଣୀ । ସରକାରଙ୍କ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା, ବିଜୁପକ୍କା ଘର, ପ୍ରଧାନମନ୍ତୀ ଆବାସ ଯୋଜନା ଏମାନଙ୍କ ପାଇଁ ସାତ ସପନ ।

ଦଲ୍ ସେଟ୍ ପରିବାରର ଏଭଳି ପରିସ୍ଥିତି ନେଇ ସ୍ଥାନୀୟ ସରପଞ୍ଚଙ୍କୁ ଯୋଗାଯୋଗ କରାଯାଇଥିଲା । ଆଉ ସେ କହିଥିଲେ ଯେ, ଦଲ ସେଟ୍ ଜଣେ ଭୁମିହୀନ ବ୍ୟକ୍ତି । ତେଣୁ ତାଙ୍କୁ ସରକାରଙ୍କ ପକ୍ଷରୁ ଯଦି କିଛି ସହଯୋଗ ମିଳିପାରନ୍ତା ତେବେ ତାଙ୍କ ପରିବାର ଦୁଃଖ କିଛି ମାତ୍ରାରେ ଦୂର ହୋଇପାରନ୍ତା । ଖାଲି ସରପଞ୍ଚ ନୁହେଁ, ଏନେଇ ସୁବର୍ଣ୍ଣପୁର ଉପଜିଲ୍ଲାପାଳଙ୍କୁ ମଧ୍ୟ ଯୋଗାଯୋଗ କରାଯାଇଥିଲା । ଆଉ ଦଲ ସେଟଙ୍କ ପଚାରିବାର ବିଷୟର କୁହାଯାଇଥିଲା । ଏହାପରେ ଜିଲ୍ଲାପାଳ, ବିଡିଓଙ୍କୁ କହି ଉକ୍ତ ପରିବାରକୁ ସମସ୍ତ ସରକାରୀ ସୁବିଧା ଯୋଗଇଦେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ଏହାସହ ସୋନାଲିର ଚିକିତ୍ସା କଥା ମଧ୍ୟ ବୁଝିବେ ବୋଲି କହିଛନ୍ତି ।

You might also like