ଟୋକନ୍ ପାଇଁ ବିଷ ପିଇଲେ ଚାଷୀ
ନୂଆପଡ଼ା(ମାୟାଧର ସରଫ): ଅମଳ ଧାନକୁ ବିକ୍ରି କରିନପାରି ଶେଷରେ ବିଷ ପିଇଲେ ଚାଷୀ। ନୂଆପଡ଼ା ଜିଲ୍ଲାରୁ ଆସିଛି ଏଭଳି ଅଭିଯୋଗ। ସିନାପାଲି ଭିଙ୍ଗିଆମୁଣ୍ଡା ଗାଁର ଚାଷୀ ରୋମାଚନ ଦଣ୍ଡସେନା ଆଜି ବିଷ ପିଇ ଆତ୍ମହତ୍ୟା କରିଥିବା ତାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି। ରୋମାଚନ ନିଜ ଜମିରେ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ପରେ ତାଙ୍କୁ ଗୁରୁତର ଅବସ୍ଥାରେ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।
ଟୋକନ ଅବଧି ସରିଯିବାରୁ ଧାନ ବିକି ନପାରି ହତୋତ୍ସାହିତ ହେବା ପରେ ସେ ଏପରି କରିଥିବା କୁହାଯାଉଛି। ସେପଟେ ବିଦ୍ୟୁତ୍ ବିଲ୍ ପଇଠ ନକରିବାରୁ ଲାଇନ୍ ମଧ୍ୟ କାଟି ଦିଆଯାଇଥିଲା ଏବଂ ଉଠା ଜଳସେଚନ ଲାଇନ କାଟି ଦେବାରୁ ତାଙ୍କ ଫସଲ ଉଜୁଡି ଯାଇଥିବା ମଧ୍ୟ ପରିବାର ଲୋକେ ଅଭିଯୋଗ କରିଛନ୍ତି।