ରିଷ୍ଟ ଖଣ୍ଡନ ଲାଗି ନିଜ ସନ୍ତାନକୁ କୁକୁର ସହ ବିବାହ କରାଇଲେ ପରିବାର ଲୋକ

ମୟୁରଭଞ୍ଜ – ରିଷ୍ଟ ଖଣ୍ଡନ ପାଇଁ କୁକୁର ସହ ନିଜ ସନ୍ତାନଙ୍କ ବାହାଘର କଲେ ପରିବା ଲୋକେ। ଆଉ ଏଭଳି ନିଆରା ପରମ୍ପରା ଦେଖିବାକୁ ମିଳିଛି ଆଦିବାସୀ ଅଧ୍ୟୁସିତ ମୟୁରଭଞ୍ଜ ଜିଲ୍ଲାରେ। ମକର ପର୍ବ ଠାରୁ ଶିବରାତ୍ରୀ ପର୍ଯ୍ୟନ୍ତ ନିଜ ନିଜ ସନ୍ତାନଙ୍କ ରିଷ୍ଟ ଖଣ୍ଡନ ଲାଗି ଏଠାକାର (ହୋ) ସଂପ୍ରଦାୟର ଲୋକେ କୁକୁର ସହ ନିଜ ସନ୍ତାନଙ୍କ ବିବାହ କରିଥାନ୍ତି।

ଏହି ପରମ୍ପରା ୧୦୦ ବର୍ଷ ପୁରୁଣା ବୋଲି କୁହାଯାଏ।  ହୋ ସଂପ୍ରଦାୟରେ ଶିଶୁ ଜନ୍ମ ହେବା ପରେ ପ୍ରଥମ ଦାନ୍ତ ଉପର ମାଢିରେ ବାହାରିଲେ ତାକୁ ଅଶୁଭ ମାନନ୍ତି। ହୋ ସମ୍ପ୍ରଦାୟର ଲୋକେ ଏମିତି ଦାନ୍ତକୁ କୁକୁର ଦାନ୍ତ ବୋଲି କହିଥାନ୍ତି। ସେଥି ପାଇଁ କୁକୁର ସହିତ ଶିଶୁକୁ ବାହାଘର କରିଥାନ୍ତି ବୋଲି ଜଣାଯାଏ। ହୋ ସମ୍ପ୍ରଦାୟର ଲୋକମାନେ ବିବାହ କରିବା ପାଇଁ ପ୍ରଥମେ ଦୋଛକି ନିକଟରେ ପୂଜାର୍ଚ୍ଚନା କରିଥାନ୍ତି।

ଆଉ ପୂଜା ସରିଲା ପରେ ବରଘର, ଝିଅ ଘରକୁ ହାଣ୍ଡିଆ ନେଇ ଯିବାର ପରମ୍ପରା ମଧ୍ୟ ରହିଛି। ପରେ କନ୍ୟା ଘର ପକ୍ଷ ବର ଘର ଲେକମାନଙ୍କ ପାଦ ଧୋଇବା ସହିତ ଅତିଥି ଚର୍ଚ୍ଚା କରିଥାନ୍ତି।  ସେଠାରେ ଉଭୟ ପକ୍ଷରୁ ଆଲୋଚନା ହେବା ପରେ ବାହାଘର ସ୍ଥିର ହୋଇଥାଏ। ବିବାହ ସଂପନ୍ନ ପରେ ଉଭୟ ବର ଘର ଓ କନ୍ୟାଘର ଲୋକେ ମିଶି ନୃତ୍ୟ ପରିବେଷଣ କରିଥାନ୍ତି।

You might also like