ଭୁବନେଶ୍ୱର: କରୋନାରେ ମୃତ୍ୟୁ ଘଟିଥିବା ୩ କର୍ମଚାରୀଙ୍କ ପରିବାରକୁ ମିଳିବ ପୂରା ଦରମା। ରାଜସ୍ୱ ବିଭାଗରେ କାର୍ଯ୍ୟରତ ୩ କର୍ମଚାରୀଙ୍କ ପରିବାରକୁ ଦରମା ମିଳିବ। ଏନେଇ ମୃତ କର୍ମଚାରୀଙ୍କ ପତ୍ନୀଙ୍କୁ ରାଜସ୍ୱ ସଚିବ ଚିଠି ଲେଖି ଜଣାଇଛନ୍ତି।
କରୋନାରେ ରାଜସ୍ୱ ବିଭାଗରେ କାର୍ଯ୍ୟରତ ୩ କର୍ମଚାରୀ ଅରୁଣ ବେହେରା, ରମେଶ ପଣ୍ଡା, ସଚିଦାନନ୍ଦ ପଟ୍ଟନାୟକଙ୍କ ମୃତ୍ୟୁ ହୋଇଥିଲା। ତେବେ ଏମାନଙ୍କ ଚାକିରି ଅବଧି ସରିବା ଯାଏ ପରିବାରକୁ ପୂରା ଦରମା ମିଳିବ ବୋଲି ରାଜସ୍ୱ ସଚିବ ଚିଠି ଲେଖି ଜଣାଇଛନ୍ତି।
ତେବେ ରାଜ୍ୟରେ କରୋନା ସଂକ୍ରମଣ ବଢିବା ସହିତ ମୃତ୍ୟୁ ସଂଖ୍ୟା ବି ବଢିବାରେ ଲାଗିଛି। କରୋନାରେ ରାଜ୍ୟରେ ୩୬୨ ଜଣଙ୍କ ମୃତ୍ୟୁ ହୋଇଛି।