କ୍ୱାରେଣ୍ଟିନ୍ ଅବଧି ସରିଲା, ୫୦ କିମି ଚାଲି ଚାଲି ଘରକୁ ଫେରିଲେ ପରିବାର ଲୋକେ

ଭୁବନେଶ୍ୱର: କ୍ୱାରେଣ୍ଟିନ୍ ଅବଧି ସରିବା ପରେ ମିଳିଲାନି ସରକାରୀ ସହାୟତା। ଘରକୁ ଫେରିବାକୁ ଚାଲି ଚାଲି ଯିବାକୁ ପଡ଼ିଲା ୫୦ କିଲୋମିଟରରୁ ଅଧିକ ବାଟ। ଏଭଳି କିଛି ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲାରେ। ତେଲେଙ୍ଗାନାରେ ଦାଦନ ଭାବେ କାମ କରୁଥିବା ଜିଲ୍ଲାର କିଛି ଶ୍ରମିକ ଲକଡାଉନ୍ ପରେ ଜୀବିକା ହରାଇଥିଲେ।

ବହୁ କଷ୍ଟରେ ନିଜ ଜିଲ୍ଲାକୁ ଫେରିବା ପରେ ତାଙ୍କୁ ଝରିଗାଁ ବ୍ଲକର ଫୁପୁଗାଁ କ୍ୱାରେଣ୍ଟିନ୍ ସେଣ୍ଟରରେ ରଖାଯାଇଥିଲା। ତେବେ କ୍ୱାରେଣ୍ଟିନ୍ ଅବଧି ସରିବା ପରେ ସ୍ତ୍ରୀ ଓ ନିଜ ଦୁଇ ଛୁଆଙ୍କୁ ନେଇ କେମିତି ଘରକୁ ଫେରିବେ, ସେ ନେଇ ବାଟ ପାଇନଥିଲେ ଟଙ୍କଧର ଧୂରୁଆ।

ପରେ ବାଧ୍ୟ ହୋଇ ଝରିଗାଁର ଫୁପୁଗାଁ କ୍ୱାରେଣ୍ଟିନ୍ ସେଣ୍ଟରରୁ ନିଜ ଚନ୍ଦାହାଣ୍ଡି ବ୍ଲକକୁ ୫୦ କିଲୋମିଟର୍ ରାସ୍ତା ଚାଲି ଚାଲି ପହଞ୍ଚିଛନ୍ତି। ଏତେ ବାଟ ଚାଲିବା ପରେ ବି କେହି ତାଙ୍କୁ ସହାୟତା କରିନଥିଲା ଯାହାକୁ ନେଇ ଏବେ ନାନା ପ୍ରଶ୍ନ ଉଠୁଛି।

You might also like