ମନରେଗା ଯୋଜନାରେ ମାଟି ଉଠାଇଲେ ଇଞ୍ଜିନିୟରିଂ ଛାତ୍ରୀ

ପୁରୀ: ଶିକ୍ଷା ଆଗରେ ମୁଣ୍ଡ ନୁଆଁଇଛି ଦାରିଦ୍ର୍ୟତା। ନିଜର ହଷ୍ଟେଲ ଫିସ୍ ଦେଇ ନପାରି ଡିପ୍ଲୋମା ସାର୍ଟିଫିକେଟ୍ ଲାଗି ମନରେଗା ଯୋଜନାରେ ମାଟି ଉଠାଇଲେ ଇଞ୍ଜିନିୟରିଂ ଛାତ୍ରୀ ଲୋଜି ବେହେରା। ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ୍ ଗୋରଡ଼ାପିଡି ଗାଁରେ ଦେଖିବାକୁ ମିଳଛି ଏଭଳି ଦୃଶ୍ୟ। ଯୁବତୀ ଜଣଙ୍କ କୋଟାରେ ଖୋର୍ଦ୍ଧାର ଏକ ଘରୋଇ କଲେଜରେ ଡିପ୍ଲୋମାରେ ନାମ ଲେଖାଇଥିଲେ। ୪୪ ହଜାର ଟଙ୍କା ଫିସରୁ ୨୦ ହଜାର ଟଙ୍କା ଦେଇଥିଲେ, ହେଲେ ହଷ୍ଟେଲ ଫିସ ଓ ଅନ୍ୟାନ୍ୟ ବାବଦକୁ ବାକିଥିବା୨୪ ହଜାର ଟଙ୍କା ଲାଗି ତାଙ୍କ ସାର୍ଟିଫିକେଟ୍ ମିଳିନି।

ଏବେ ଆଗକୁ ପାଠ ପଢିବାକୁ ଚାହୁଥିବା ରୋଜି ବେହେରା। ଜବ କାର୍ଡ ମାଧ୍ୟମରେ ମନରେଗା ଯୋଜନାରେ କାମ କରୁଛନ୍ତି। ତେବେ ଆଶ୍ଚର୍ଯ୍ୟର କଥା ସରପଞ୍ଚ ଯେ କି ଏହି କାମ କରାଉଛନ୍ତି ସେ ଛାତ୍ରୀ ଜଣଙ୍କ ଇଞ୍ଜିନିୟର ପାଠ ପଢୁଥିବା ଜାଣିନଥିବା କହିଛନ୍ତି।

ମୁଁ ଫି ବାବଦ ୪୪ ହଜାରରୁ ୨୦ ହଜାର ଟଙ୍କା ଦେଇଥିଲି। ମୋର ଆଡମିଶନ୍ ପାଇଁ ତାରିଖ ଥିବାରୁ ମୋର ସାର୍ଟିଫକେଟ ଦରକାର ବୋଲି ମୁଁ କଲେଜ କର୍ତ୍ତୃପକ୍ଷଙ୍କୁ କହିଥିଲି। ଏଥିରେ ସେମାନେ ଅରାଜି ହୋଇଥିଲେ। ଅବଶିଷ୍ଟ ଟଙ୍କା ଫେରାଇଲେ ସାର୍ଟିଫିକେଟ୍ ନେଇପାରିବେ ବୋଲି ସେ କହିଥିଲେ। ତେବେ ମୋ ଲକ୍ଷ୍ୟରେ ପହଞ୍ଚିବା ପାଇଁ ମୁଁ ଏହି କାମ କରିବା ଆରମ୍ଭ କରିଦେଲି।
-ଲୋଜି ବେହେରା, ଛାତ୍ରୀ
୧୮ରୁ ଉର୍ଦ୍ଧ୍ୱ ବୟସର ପୁରୁଷ ଓ ମହିଳାମାନେ ଏଠାରେ କାର୍ଯ୍ୟ କରୁଛନ୍ତି। ସମସ୍ତଙ୍କ ପରିବାରକୁ ଜବ କାର୍ଡ ଦିଆଯାଇଛି। ଆବଶ୍ୟକ ବୟସ ହୋଇଥିଲେ ସେମାନଙ୍କ ନାମ ସାମିଲ କରାଯାଇ କାମ କରିପାରିବେ। ଗଣମାଧ୍ୟମରେ ପ୍ରସାରିତ ହେବା ପରେ ସେ ଜଣେ ଇଂଜିନିୟର ଛାତ୍ରୀ ବୋଲି ଆମେ ଜାଣିଲୁ। କମ୍ୟୁନିଟି କାମ ଯୋଗୁଁ ଲେବର ପାଇଁ ସବୁ ସ୍ତରର ଲୋକଙ୍କୁ ନିବେଦନ କରିଥିଲୁ।
-ପ୍ରଦ୍ୟୁମ୍ନ ପରିଡ଼ା, ସରପଞ୍ଚ, ଚାଇପୁର

ଛାତ୍ରୀ ଲୋଜି ବେହେରାଙ୍କ ବାପା ଜଣେ ରାଜମିସ୍ତ୍ରୀ ଭାବେ କାମ କରୁଥିବା ବେଳେ ଝିଅର ପାଠପଢ଼ା ଟଙ୍କା ଦେବାକୁ ଅସମର୍ଥ। ତଥାପି ପାଠ ପଢିବା ଲାଗି ଆଶା ରଖିଥିବା ରୋଜି ନିଜେ ମାଟି ଭୁଇଁ ଆଗକୁ ବଢିବାକୁ ପ୍ରୟାସ ରଖିଛନ୍ତି। ଏବେ ରୋଜିକୁ ପାଠପଢିବା ଲାଗି ପ୍ରଶାସନିକ ସ୍ତରରେ ସହାୟତା ଲାଗି ଦାବି ହୋଇଛି। କେବଳ ରୋଜି ନୁହଁନ୍ତି, ରୋଜି ପରି ଅନେକ ଛାତ୍ରଛାତ୍ରୀ ନିଜ ଲକ୍ଷ୍ୟ ହାସଲ ପାଇଁ ଏହି ମୂଲ ମଜୁରି କାମ କରିବାକୁ ପଡୁଛି। କେବଳ ସେତିକି ନୁହେଁ, ଲକ୍‌ଡାଉନ୍‌ ସମୟରେ ଆର୍ଥିକ ଅନଟନ କରାଣରୁ ଅନେକ ଛାତ୍ରଛାତ୍ରୀ ଅଧାରୁ ପାଠ ଛାଡ଼ିଛନ୍ତି। ରୋଜଗାର କରୁଥିବା ଯୁବକ ଯୁବତୀ ଚାକିରି ହରାଇଛନ୍ତି।

You might also like