ହାତୀ ମୃତ୍ୟୁ ଘଟଣାର ତଦନ୍ତ ନିର୍ଦେଶ ଦେଲେ ଡିଆରଏମ

ରେଢାଖେ।ଲ : ରେଢ଼ାଖୋଲ ହାତୀ ମୃତ୍ୟୁ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଲେ ସମ୍ବଲପୁର ଡିଆରଏମ । ତେବେ ହାତୀ ମୃତ୍ୟୁର ତଦନ୍ତ ନିର୍ଦ୍ଦେଶ ପରେ ଖୋଳତାଡ଼ ଆରମ୍ଭ କରିଛନ୍ତି ବିଭାଗୀୟ ଅଧିକାରୀ । କାହିଁକି ଓ କେଉଁ ପରିସ୍ଥିତିରେ ହାତୀର ମୃତ୍ୟୁ ହେଲା ସେନେଇ ତଦନ୍ତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ସମ୍ବଲପୁର ଜିଲ୍ଲା ଯୁଯୁମୁରା- ହାତୀବାରୀ ରେଳ ଧାରଣା ନିକଟରେ ଥିବା ଗରଗଡବାହାଲରେ ହାତୀର ମୃତ ଦେହ ପଡ଼ିଥିଲା । ମୃତ ଦେହ ଦେଖି ସ୍ଥାନୀୟ ଲୋକ ଯୁଯୁମୁରା ଷ୍ଟେସନକୁ ଖବର ଦେଇଥିଲେ । ତେବେ ଭୁବନେଶ୍ୱର-ରାଉରକେଲା ଇଣ୍ଟରସିଟି ଟ୍ରେନ ଧକ୍କାରେ ହାତୀର ମୃତ୍ୟୁ ହୋଇଥିବା କୁହାଯାଉଛି ।

You might also like