ରାଜ୍ୟରେ ଲକ୍‌ଡାଉନ୍ ସ୍ଥିତି ସମୀକ୍ଷା କଲେ ଡିଜିପି, ଏପ୍ରିଲ ୨୦ ପରେ କ’ଣ ହେବ ରୂପରେଖ?

ଭୁବନେଶ୍ୱର: ଜାରି ରହିଥିବା ଲକଡାଉନ୍ ସ୍ଥିତିର ସମୀକ୍ଷା କରିଛନ୍ତି ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ଅଭୟ। ରାଜ୍ୟର ସମସ୍ତ ରେଞ୍ଜ ଆଇଜି ଓ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ସହ ଭିଡିଓ କନଫରେନ୍ସ ମାଧ୍ୟମରେ ଡିଜିପି ସ୍ଥିତିର ସମୀକ୍ଷା କରିଛନ୍ତି। ଏଥିରେ ଲକଡାଉନର ବର୍ତ୍ତମାନ ସ୍ଥିତି ଏବଂ ଏପ୍ରିଲ ୨୦ ପରେ ସମ୍ଭାବ୍ୟ କଟକଣା କୋହଳ ନେଇ ପଦକ୍ଷେପ ସମ୍ପର୍କରେ ପୋଲିସର ପ୍ରସ୍ତୁତି ନେଇ ଆଲୋଚନା ହୋଇଥିଲା।

ଏଥିସହିତ ଲକଡାଉନ ଉଲ୍ଲଂଘନ ସମ୍ପର୍କିତ ମାମଲାଗୁଡିକର ତଦନ୍ତ ଏବଂ ଏହାର ଆଇନଗତ କାର୍ଯ୍ୟାନୁଷ୍ଠାନ ନେଇ ମଧ୍ୟ ଆଲୋଚନା ହୋଇଥିଲା। ସେହିଭଳି ଜନସାଧାରଣଙ୍କୁ ମୁଖା ପିନ୍ଧିବା ବାଧ୍ୟତାମୂଳକ କରିବା, ବେଆଇନ ମଦ କାରବାର ଓ ଘରୋଇ ହିଂସା ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ ସମୀକ୍ଷା କରାଯାଇଥିଲା। ଏହାବାଦ୍ ରାଜ୍ୟରେ ଥିବା ପ୍ରବାସୀ ଶ୍ରମିକ ଶିବିରଗୁଡିକର ସ୍ଥିତି, ଆନ୍ତଃ ଜିଲ୍ଲା ଓ ଆନ୍ତଃ ରାଜ୍ୟ ଗମନାଗମନକୁ ଅନୁମତି ନେଇ ମଧ୍ୟ ଆଲୋଚନା ହୋଇଥିଲା।

You might also like